ଆଜିଙ୍କ୍ୟ ରାହାଣେ ହେବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ; ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

0
454
ଆଜିଙ୍କ୍ୟ ରାହାଣେ ହେବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ; ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ଆଜିଙ୍କ୍ୟ ରାହାଣେ ହେବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ; ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନଭେମ୍ବର ୧୨

ପୁଣି ଥରେ ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳ ର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ I ନଭେମ୍ବର ୨୫ ରୁ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତୀୟ ଦଳ I

ବିରାଟ କୋହଲି ଙ୍କ ଅନୁପସ୍ଥିତି ରେ ଆଜିଙ୍କ୍ୟ ରାହାଣେ ଭାରତୀୟ ଦଳ ର ଅଧିନାୟକ ହେବେ I ଏହି ମ୍ୟାଚ ନଭେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ କାନପୁର ରେ ଖେଳIଯିବ I ଚେତ୍ତେଶ୍ୱର ପୂଜାରା ଉପ-ଅଧିନାୟକ ର ଦାୟିତ୍ୱ ତୁଲାଇବେ I

ବିସିସିଆଇ ସଚିବ ଜୟ ଶାହା ଏକ ବିବୃତ୍ତିରେ କହିଛନ୍ତି ଯେ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ଯୋଗଦେବେ ଏବଂ ଦଳର ନେତୃତ୍ୱ ନେବେ। ଦ୍ଵିତୀୟ ଟେଷ୍ଟ ଡ଼ିସେମ୍ବର ୩ ତାରିଖରେ ଆରମ୍ଭ ହେବ I

ନଭେମ୍ବର ୨୫ ରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଶର୍ମା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି ଖେଳିବେ ନାହିଁ I ଏମାନେ ସମସ୍ତେ ଟେଷ୍ଟ ଦଳ ର ନୟମିତ ସଭ୍ୟ I ତେବେ ସେମାନଙ୍କୁ କାର୍ଯ୍ୟଭାର ପରିଚାଳନାରେ ଏକ ଅଂଶ ଭାବରେ ବିଶ୍ରାମ ଦିଆଯାଇଛି।
ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଟେଷ୍ଟ ମ୍ୟାଚ ରେ ପ୍ରଥମ ଥର ପାଇଁ ଖେଳି ପାରନ୍ତି I ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ଗସ୍ତ ପାଇଁ କୋଭିଡ ରୁ ସୁସ୍ଥ ହେଇଥିବା ରିଦ୍ଧିମାନ ସାହାଙ୍କ ପାଇଁ ଷ୍ଟାଣ୍ଡବାଇ ଥିବା ଆନ୍ଧ୍ର ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ ଶ୍ରୀକର ଭାରତ ଦଳରେ ସ୍ଥାନ ପାଇଛନ୍ତି ଏବଂ WTC ଫାଇନାଲରେ ଖେଳିଥିବା ଓପନର୍ ଶୁଭମାନ ଗିଲ ମଧ୍ୟ ଦଳକୁ ଫେରିଛନ୍ତି।

ଅଫ୍ ସ୍ପିନ୍ ଅଲରାଉଣ୍ଡର ଜୟନ୍ତ ଯାଦବ ଦଳ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଯିଏକି ୨୦୧୭ ରେ ଭାରତ ପାଇଁ ଖେଳିଥିଲେ।

ଭାରତ ଟେଷ୍ଟ ଦଳ: ଅଜିଙ୍କ୍ୟ ରାହାଣେ (କ୍ୟାପଟେନ ପ୍ରଥମ ଟେଷ୍ଟ), ବିରାଟ କୋହଲି (ପ୍ରଥମ ଟେଷ୍ଟ ପାଇଁ ବିଶ୍ରାମ ଏବଂ ଦ୍ୱିତୀୟ ପାଇଁ କ୍ୟାପଟେନ), କେ.ଏଲ୍ ରାହୁଲ, ମାୟାଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶୁଭମାନ ଗିଲ, ଶ୍ରେୟାସ ଆୟର, ରିଦ୍ଧିମାନ ସାହା (wk), କେ.ଏସ୍ ଭାରତ (wk) , ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ଏମ. ସିରାଜ, ପ୍ରସିଧ କ୍ରିଷ୍ଣା I

Also Read  ଜମିଜମା ବିବାଦକୁ ନେଇ ଗଡ଼ିଲା ମୁଣ୍ଡ, ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

LEAVE A REPLY

Please enter your comment!
Please enter your name here