ଆନ୍ଧ୍ର ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

0
387
ବିଶ୍ଵଭୂଷଣ ହରିଚନ୍ଦନ ଅସୁସ୍ଥ
ବିଶ୍ଵଭୂଷଣ ହରିଚନ୍ଦନ ଅସୁସ୍ଥ

ଭୁବନେଶ୍ୱର:  ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ ଆଶୁ ଆଜରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ଵଭୂଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି । କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏନେଇ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବେ ଦିଲ୍ଲୀରୁ ଫେରିଥିବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଥଣ୍ଡା ଏବଂ କାଶରେ ପୀଡ଼ିତ ଥିବା ଜଣାଯାଇଥିଲା। ଏହାପରେ ୮୭ ବର୍ଷିୟ ହରିଚନ୍ଦନଙ୍କୁ ବୁଧବାର ସକାଳେ ଅସୁସ୍ଥ ହେବା ପରେ ବିଜୟୱାଡାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦକୁ ଅଣାଯାଇଥିଲା। ତାଙ୍କୁ ଏଠାରେ ଗଞ୍ଚିବୋଉଲିର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ତାଙ୍କ ସହ ଥିବାର ସୂଚନା ମିଳିଛି। ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନ୨୦୧୯ ଜୁଲାଇ ୨୪ ତାରିଖରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ।

Also Read  Odisha CM today reviews construction work of Baripada Medical College