ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଦେଶରେ ପ୍ରତ୍ୟାହାର ହେବ ତିନି କୃଷି ଆଇନ

0
389
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ତିନୋଟି କୃଷି ଆଇନକୁ ନେଇ ଆନ୍ଦୋଳନର ଯେଉଁ ନିଆଁ ଜଳିଥିଲା, ତାହା ଏବେ ଶାନ୍ତ ପଡ଼ିବାକୁ ଯାଉଛି । ପ୍ରତ୍ୟାହାର ହେବାକୁ ଯାଉଛି ତିନି କୃଷି ଆଇନ । ନିର୍ବାଚନ ପୂର୍ବରୁ ଅଚାନକ ଦେଶକୁ ସମ୍ବୋଧନ କରି ଏଭଳି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ବିରୋଧୀ ମହଲରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା । ଆନ୍ଦୋଳନ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ଯାହା ସରକାରଙ୍କୁ ଏକ ପ୍ରକାର ଅକଳରେ ପକାଇଥିଲା । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ।

farmer 1

ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାର ନେଇଥିବା ଏକ ବଡ଼ ପଦକ୍ଷେପରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି । ତେଣୁ ଏଭଳି ଏକ ମହତକଂକ୍ଷା ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଆପଣ ମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି ।

Also Read  ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥୀପତ୍ର ଦାଖଲ

କ’ଣ ଏଇ ତିନୋଟି କୃଷି ଆଇନ ?

ଆମ ତପସ୍ୟାରେ କମି ରହିଗଲା । କୃଷକଙ୍କ ସ୍ୱାର୍ଥ ସାଧନରେ ଆଇନରେ ପରିଣତ ହୋଇଥିଲା ତିନୋଟି କୃଷି ଆଇନ । କୃଷକଙ୍କ ଆୟ ବୃଦ୍ଧି, ଏମଏସପି ବୃଦ୍ଧି, ବଜାରରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବୃଦ୍ଧି କରିବା ସହିତ କୃଷି ଉତ୍ପାଦିତ ପଦାର୍ଥକୁ ବିଶ୍ୱ ବଜାରରେ ପହଁଚାଇବା ଥିଲା କୃଷି ଆଇନର ଲକ୍ଷ୍ୟ । ସେଥିପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ବିଲକୁ ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବିଲରେ ପରିଣତ ହୋଇଥିଲା । କିନ୍ତୁ ଏହି ନୂତନ କୃଷି ଆଇନକୁ କୃଷକ ସଂଗଠନ ଗୁଡ଼ିକ ବିରୋଧ କରିଥିଲେ । ଏମିତିକି ବର୍ଷାଧିକ କାଳ ଆନ୍ଦୋଳନ ଜାରି ରଖିଥିଲେ କୃଷକ ସଂଗଠନ । ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଯାହା କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଦ୍ୱିଧାରେ ପକାଇଥିଲା ।

ତେବେ ଆଜି ଶୀଖ ଧର୍ମଗୁରୁ ନାନକଙ୍କ ଜୟନ୍ତୀରେ ଦେଶକୁ ସମ୍ବୋଧନ କରିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମସ୍ତ ଚାଷୀଙ୍କ ଆଗରେ ଦୁଃଖ ପ୍ରକାଶ କରିଥିଲେ । ଏବଂ ଆନ୍ଦୋଳନରୁ ହଟିବା ପାଇଁ ନିବେଦନ କରିଥିଲେ । ଆଜି ଭଳି ପବିତ୍ର ଦିବସରେ ସମସ୍ତ ଚାଷୀ ଭାଇ ନିଜ ନିଜ ଘରକୁ ଫେରିବା ସହ ପୁଣି ଥରେ କ୍ଷେତକୁ ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଦଃଖ ପ୍ରକାଶ କରି କହିଥିଲେ, ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେଣୁ ଚଳିତ ମାସରେ ହେବାକୁ ଥିବା ସଂସଦ ଅଧିବେସନରେ ଏନେଇ ସାମ୍ବିଧାନିକ କାର୍ଯ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here