ମୌସୁମୀ ଅଧିବେଶନରେ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ

0
240

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଶ୍ନକାଳ ଠିକଠାକ୍ ଚାଲିଥିବା ବେଳେ ଶୂନ୍ୟକାଳରେ ଗୃହରେ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବି କରାଯାଇଛି । ବିଜେପିରୁ ନିଲମ୍ବିତ ସାଂସଦ ନୂପୁର ଶର୍ମାଙ୍କ ବୟାନକୁ ଗୃହରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଥିଲେ ସୁପ୍ରିମକୋର୍ଟ ନୂପୁରଙ୍କ ଭର୍ତ୍ସନା କରିଛନ୍ତି । ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଭିମୁଖ୍ୟ କଣ ତାର ସ୍ପଷ୍ଟୀକରଣ ମାଗିଥିଲେ ନରସିଂହ । ଯାହାକୁ ବିଜେପି ବିରୋଧ କରିଥିଲା ।

ନୂପୁର ଗୃହର ସଦସ୍ୟ ନଥିବାରୁ ଆଲୋଚନା ଅନୁଚିତ୍ ପାଇଁ ବିଜେପି ସଦସ୍ୟଙ୍କ ସହ ବାଚସ୍ପତି କହିଥିଲେ । କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଶୂନ୍ୟକାଳ ଚାଲି ପାରିନାହିଁ । ପ୍ରଥମେ ବାଚସ୍ପତି ଗୃହକୁ ୧୦ ମିନିଟ୍ ମୁଲତବି ରଖିଥିଲେ । ପରେ ପୁଣି ହୋ ହଲ୍ଲା ଲାଗି ରହିବାରୁ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖାଯାଇଛି । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

Also Read  ଜନ୍ମକଲା ପୁଅକୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କଲା ମା'

LEAVE A REPLY

Please enter your comment!
Please enter your name here