ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଲେ ବିରୋଧୀ

0
232
ଅଣ୍ଡା ଫିଙ୍ଗିଲେ ବିରୋଧୀ
ଅଣ୍ଡା ଫିଙ୍ଗିଲେ ବିରୋଧୀ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ପୁରୀରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ ବିରୋଧୀ। ବ୍ୟାପକ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ହେଁ କିଛି ବ୍ୟକ୍ତି ଅଣ୍ଡାମାଡ଼ କରିଥିଲେ।

ତିନି ଜଣ ବ୍ୟକ୍ତି ଡାକ୍ତରଖାନା ଛକରେ ଥିବା ଏକ କ୍ଲିନିକ୍‌ ନିକଟରେ ଲୁଚି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସେହି ବାଟ ଦେଇ ଅତିକ୍ରମ କରୁଥିବା ବେଳେ ସେମାନେ ବ୍ୟାରିକେଡ ବାହାରେ ଛିଡ଼ା ହୋଇ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଦୁଇ ଜଣ ବ୍ୟକ୍ତି ପଶି ଆସି କଳାପତାକା ଦେଖାଇଥିଲେ। ଏହା ସହିତ ସେମାନେ ‘ନବୀନ ଗୋ ବ୍ୟାକ୍’ ସ୍ଲୋଗାନ୍ ଦେଇଥିଲେ।

ଅନ୍ୟପକ୍ଷରେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡାମାଡ଼ ହୋଇଥିଲେ। ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୀ ମାଳତୀପାଟପୁର ନିକଟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ଏହାସହ ବଳଗଣ୍ଡି ଛକରେ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ କଳାପତାକା ଦେଖାଇଥିଲେ ଓ ଗୋବର ପାଣି ପକାଇ ବଡ଼ଦାଣ୍ଡକୁ ପବିତ୍ର କରିଥିଲେ।

ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି ତଥା ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବା ଓ ଏହି ହତ୍ୟା ମାମଲାରେ ସଂପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସବୁ ବିଜେଡି ନେତାଙ୍କୁ ଗାଡି ଉପରୁ ଆଣ୍ଡା ମାଡ଼ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।

Also Read  ଆରଟିଓ ଆଉ ଯିବାକୁ ପଡ଼ିବନି : ଘରେ ବସି ସବୁ କାଗଜପତ୍ର ଡାଉନଲୋଡ କରିବେ କେମିତି ? ଜାଣନ୍ତୁ ....

LEAVE A REPLY

Please enter your comment!
Please enter your name here