ଇଡିରେ ହଜାର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

0
796
Gopalpur MLA Pradeep Panigrahi Hoists The Tri-Colour Amidst Protest
Gopalpur MLA Pradeep Panigrahi Hoists The Tri-Colour Amidst Protest

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଥିବାର ଖବର ମିଳିଛି। ଟାଟାରେ ଚାକିରୀ ସ୍କାମ ଘଟଣାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଥିଲେ।

ପୂର୍ବରୁ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଇଡି ପଚାରଉଚରା କରିଥିଲା। ଏପରିକି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଠକ ବି ହଜାର ହୋଇଥିଲେ। ଆଜି ପ୍ରଦୀପ ହୋଇଛନ୍ତି। ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରିବ ବୋଲି କୁହାଯାଇଛି।

ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି। ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି। ନିୟମ ଅନୁସାରେ ଝିଅକୁ ପଚରାଯାଇଛି। ଆକାଶ ଆଉ ଅଭୟଙ୍କୁ ବି ପଚରାଯାଇଛି।

Also Read  ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ, ହତ୍ୟା ମାମଲା : କ୍ରାଇମବ୍ରାଞ୍ଚକୁ ଦାଖଲ କରିବ ଚାର୍ଜସିଟ୍‌