ଏନ୍‌ଟିଏସଇର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ତାରିଖ ଘୋଷଣା

0
618
ଏନ୍‌ଟିଏସଇର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ତାରିଖ ଘୋଷଣା
ଏନ୍‌ଟିଏସଇର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର :  ପ୍ରକାଶ ପାଇଲା ଏନ୍‌ଟିଏସଇ ବା ଜାତୀୟ ମେଧାବୀ ଚିହ୍ନଟ ପରୀକ୍ଷାର ପ୍ରଥମର ପର୍ଯ୍ୟାୟ ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ହେବ ପରୀକ୍ଷା। ଯାହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦେଇ ପାରିବେ। ଏଥିରେ ସରକାରୀ, ଘରୋଇ ଓ ଇଂରାଜୀ ସ୍କୁଲ ଛାତ୍ରଛାତ୍ରୀମାନେ ବୃତ୍ତି ପାଇବା ପାଇଁ ପରୀକ୍ଷା ଦେଇପାରିବେ। ତେଣୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ରାଜ୍ୟ ସରକାର କରନ୍ତି।

ସବୁ ସ୍କୁଲର ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ସ୍କୁଲ ଅଧ୍ୟକ୍ଷ ସେମାନଙ୍କ ଆବେଦନ ଯାଞ୍ଚ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଇବେ। ସେମାନେ ଯାଞ୍ଚ କଲା ପରେ ଆଡ଼ମିଟ କାର୍ଡ ଓ ପରୀକ୍ଷା କେନ୍ଦ୍ରର ସୂଚନା ମିଳିବ । ନବମ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ । ସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ମାର୍କ ଛାଡ଼ ଅଛି । ଏଥିରୁ ୨୫୯ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଜାତୀୟସ୍ତରକୁ ପଠାଯାଏ । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା NCERT କରିବ। ସେଥିରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ, ପ୍ରତି ମାସ ବୃତ୍ତି ପାଇବେ । ଯାହା ଯୁକ୍ତ ଦୁଇ ପାଇଁ ୧୨୫୦ ଟଙ୍କା ଓ ଯୁକ୍ତ ତିନିରୁ ପିଜି ପର୍ଯ୍ୟନ୍ତ ୨୦୦୦ ଟଙ୍କା । PHD ବୃତ୍ତି UGC ନିୟମାବଳୀ ଅନୁସାରେ ମିଳିବ।

Also Read  Heatwave: Yellow warning issued to 11 districts