ବନ୍ଧା ହେଲେ ବଙ୍ଗୋମୁଣ୍ଡା ଆଇଆଇସି : ୫ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ

0
333
ବନ୍ଧା ହେଲେ ବଙ୍ଗୋମୁଣ୍ଡା ଆଇଆଇସି
ବନ୍ଧା ହେଲେ ବଙ୍ଗୋମୁଣ୍ଡା ଆଇଆଇସି

ବଲାଙ୍ଗିର : ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବିନୋଦ ବିହାରୀ ।ତାଙ୍କ ନିକଟରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ,  ଦୀର୍ଘ ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ ବଙ୍ଗୋମୁଣ୍ଡା ଥାନାଧିକାରୀ । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ୍‌ ସ୍ୱତନ୍ତ୍ର ଟିମ୍‌ ଦୀର୍ଘ ଦିନ ହେଲାଣି ତାଙ୍କ ଉପରେ ନଜର ରଖିଥିଲା। ଗତକାଲି  ବିନୋଦ କାର୍‌ରେ ନିଜ ଘରକୁ ଯାଉଥିବା ବେଳେ  ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ଏହାପରେ ବରଗଡ ଟୋଲଗେଟ ନିକଟରେ ତାଙ୍କୁ ଅଟକାଇଥିଲେ ଅଧିକାରୀ।

କାର୍‌ ଯାଞ୍ଚ ସମୟରେ ସିଟ୍‌ ତଳୁ ବାହାରିଥିଲା ୨ ଲକ୍ଷ, ୬ ହଜାର ୨୦ ଟଙ୍କା । ବିନୋଦ ବିହାରୀ ଉକ୍ତ ଟଙ୍କା ଧରି ନିଜ ଗାଁକୁ ଯାଉଥିଲେ ମଧ୍ୟ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିଆଯାଇ ସେଠାରେ ପଚରାଉଚରା କରାଯାଇଥିଲା।  ଗତ ରାତିରେ ଭିଜିଲାନ୍ସର ଏକ ଟିମ୍‌  ବଂଗୋମୁଣ୍ଡା ଥାନା ନିକଟରେ ଥିବା ବିନୋଦ ବିହାରୀଙ୍କ କ୍ୱାର୍ଟର୍ସରେ ଚଢଉ ଜାରୀ କରିଥିଲା । ରାତି ସାରା ଚଢ଼ାଉ ଜାରି ରହିଥିବା ବେଳେ ସେଠାରୁ ୩ ଲକ୍ଷ ୮୦ ହଜାର ୯ ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଲିଛି । ଏତେ ଟଙ୍କା କେଉଁଠୁ ଆଣିଲେ, କିପରି ଠୁଳ କଲେ ସେ ନେଇ ବିନୋଦ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଭିଜିଲାନ୍ସ ବାନ୍ଧିଥିବା ଜଣାଯାଇଛି।

Also Read  ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା