ଲଣ୍ଡନ ଏବଂ ଆମଷ୍ଟରଡାମ୍‌ରୁ ଦିଲ୍ଲୀ ଆସିଥିବା ୪ ଯାତ୍ରୀ କରୋନା ପଜିଟିଭ୍, ଡାକ୍ତରଖାନା ରେ ଭର୍ତ୍ତି

0
700

ଡିସେମ୍ବର ୦୧

ଲଣ୍ଡନ ଏବଂ ଆମଷ୍ଟରଡାମ୍‌ରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ଚାରି ଜଣ ଯାତ୍ରୀଙ୍କୁ କରୋନା ପଜିଟିଭ୍ ଥିବା ଜଣାପଡିଛି। ସେମାନଙ୍କୁ ସତର୍କତାମୂଳକ ଭାବେ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ Genome sequencing ପାଇଁ ସେମାନଙ୍କ ନମୁନା ପଠାଯାଇଛି।

ବିଶ୍ୱ ର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଥିବା କରୋନାର ଓମିକ୍ରନ୍ ଭାରିଆଣ୍ଟ ଭାରତରେ ପହଞ୍ଚିବ ନାହିଁ ବୋଲି ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ବିମାନ ବନ୍ଦରରେ ଯାତ୍ରୀମାନଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଉଛି ଏବଂ ଯଦି କେହି ସଂକ୍ରମିତ ହୋଇଥିବେ ତେବେ ତାଙ୍କ ନମୁନାକୁ Genome sequencing ପାଇଁ ପଠାଯାଉଛି |

ଏହି ଯାତ୍ରୀ ମାନଙ୍କ ର Genome sequencing କୁ ଅପେକ୍ଷା କରାଯାଇଛି I କରୋନା ଭାଇରସର ନୂତନ ଓମିକ୍ରନ୍ ଭାରିଆଣ୍ଟ ରେ ଆକ୍ରାନ୍ତ ରୋଗୀଙ୍କୁ  ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିଗରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ସରକାର ଡାକ୍ତରଖାନା ପରିଚାଳନାକୁ ମଧ୍ୟ କହିଛନ୍ତି।

ଲୋକ ନାୟକ ଜୟପ୍ରକାଶ (LNJP) ହସ୍ପିଟାଲରେ କୋଭିଡ ୱାର୍ଡ ଅଛି ଯାହା କରୋନାର ନୂତନ ପ୍ରକାରରେ ସଂକ୍ରମିତ ରୋଗୀଙ୍କ ପାଇଁ ଖୋଲାଯାଇଛି | ଯଦିଓ ଏପର୍ଯ୍ୟନ୍ତ ଦିଲ୍ଲୀରେ ସେପରି କୌଣସି ମାମଲା ସାମ୍ନାକୁ ଆସିନାହିଁ, ତଥାପି କରୋନା ଭାଇରସ ପ୍ରତି ଅବହେଳା ନକରିବା ପାଇଁ ଦିଲ୍ଲୀ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Also Read  Covid Variant Omicron: Some Nations Announce Restrictions on travelers from SA