କ୍ୟାଟ୍ରିନା କୈଫ ଙ୍କ ବିବାହ ଉତ୍ସବ ରେ ସଲମାନ ଖାନ ଯୋଗ ନ ଦେବାର କାରଣ କଣ ?

0
639
କ୍ୟାଟ୍ରିନା କୈଫ ଙ୍କ ବିବାହ ଉତ୍ସବ ରେ ସଲମାନ ଖାନ ଯୋଗ ନ ଦେବାର କାରଣ କଣ ?
କ୍ୟାଟ୍ରିନା କୈଫ ଙ୍କ ବିବାହ ଉତ୍ସବ ରେ ସଲମାନ ଖାନ ଯୋଗ ନ ଦେବାର କାରଣ କଣ ?

ଡ଼ିସେମ୍ବର ୨
କ୍ୟାଟ୍ରିନା କୈଫ ଙ୍କ ବିବାହ ଉତ୍ସବ ରେ ସଲମାନ ଖାନ ଯୋଗଦେବେ ନାହିଁ। କଥାଟି ଠିକ ନ ଲାଗିଲେବି ସତ I ସମସ୍ତେ ଜାଣନ୍ତି, କ୍ୟାଟ୍ରିନା କୈଫ ଙ୍କୁ ବଲିଉଡ ରେ ପ୍ରତିଷ୍ଠା କରିବା ପାଇଁ ସଲମାନ ଖାଁ ଙ୍କ ଅବଦାନ ସବୁଠାରୁ ବେଶୀ I ତାଙ୍କ ଯୋଗୁଁ ହିଁ କ୍ୟାଟ୍ରିନା ବଲିଉଡ ରେ ପ୍ରତିଷ୍ଠିତ ହେଲେ I

ତେବେ ସଲମାନ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଲମାନଙ୍କ ଭଉଣୀ ଅର୍ପିତା I ଅର୍ପିତା କୁଆଡେ କହିଛନ୍ତି ଯେ କ୍ୟାଟ୍ରିନା ଖାନ ପରିବାରକୁ ବିବାହ ପାଇଁ ନିମନ୍ତ୍ରଣ କରିନାହାଁନ୍ତି। ସଲମାନ 10 ଡିସେମ୍ବରରେ ରିୟାଦରେ ଦବଂଗ ଗସ୍ତରେ ଯୋଗ ଦେଉଛନ୍ତି |

ଯେତେବେଳେ ବିବାହ ନିମନ୍ତ୍ରଣ ବିଷୟରେ ଅର୍ପିତାଙ୍କୁ ପଚରାଗଲା, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଲେ | ଅର୍ପିତା କହିଛନ୍ତି, “ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ପାଇଁ କୌଣସି ନିମନ୍ତ୍ରଣ ପାଇନାହୁଁ।”
ଏହା ପୂର୍ବରୁ କ୍ୟାଟ୍ରିନାଙ୍କ ବିବାହ ପାଇଁ ସଲମାନ, ତାଙ୍କ ଭଉଣୀ ଏବଂ ପରିବାରକୁ ନିମନ୍ତ୍ରଣ ପଠାଯାଇଥିବା ଖବର ଆସିଥିଲା। ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଅଲଭିରା ଖାନ ଅଗ୍ନିହୋତ୍ରୀ ବିବାହରେ ଯୋଗଦେବେ ବୋଲି କୁହାଯାଉଥିଲା |

ଯଦିଓ କ୍ୟାଟ୍ରିନା ସଲମାନଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିନାହାଁନ୍ତି, ତଥାପି ଏହା ଉଭୟଙ୍କ ବୃତ୍ତିରେ କୌଣସି ପ୍ରଭାବ ପକାଇବ ନାହିଁ | ବିବାହ ପରେ କାୖଫ ଏବଂ ସଲମାନ ଏକାଠି ‘ଟାଇଗର’ ‘ପାଇଁ ସୁଟିଂ କରିବେ। ଯାହାର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ। ଏହାପୂର୍ବରୁ ସଲମାନ ଏବଂ କ୍ୟାଟ୍ରିନା ମୈନେ ପ୍ୟାର୍ କ୍ୟୁ କିୟା, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ, ଭାରତ, ପାର୍ଟନର, ଯୁବରାଜ, ବଡିଗାର୍ଡରେ ଏକାଠି କାମ କରିଛନ୍ତି।

Also Read  Deepika suffers back pain: Defers shoot for Padmabati