ମମିତା ବନାମ ଦରଦାମ ବୃଦ୍ଧି : ହଙ୍ଗାମାରୁ ବିଧାନସଭା ଅଚଳ

0
343
Opposition Stages Walkout During Guv's Address In Odisha Assembly
Opposition Stages Walkout During Guv's Address In Odisha Assembly
  • ବାଚସ୍ପତିଙ୍କ ପୋଡିୟମକୁ କଳା ଗାମୁଛା, ଫ୍ଳେକ୍ସ ଫିଙ୍ଗିଲା ବିଜେପି

  •  ଦରଦାମ୍ ବୃଦ୍ଧି ନେଇ ଗାନ୍ଧି ମୂର୍ତ୍ତି ତଳେ ବିଜେଡିର ଧାରଣା

  • ଏସ୍‌ଅ।ଇଟି ତଦନ୍ତ ଦାବିରେ ଡିଜିପିଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର : ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ତରୁନ୍ତ ବହିଷ୍କାର । ମମିତା ହତ୍ୟାକାଣ୍ଡର ସିବିଅ ।ଇ ତଦନ୍ତ ହେଉ । ଏମିତି ନାରାରେ କମ୍ପିଥିଲା ବିଧାନସଭା । ଗୃହ ମଧ୍ୟଭାଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଙ୍ଗାମା କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ କଳା ଗାମୁଛା ଓ ଫ୍ଲେକ୍ସ ଫିଙ୍ଗି ଥିଲେ । ସେପଟେ ଶାସକ ଦଳ ମଧ୍ୟ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗୃହ ବାହାରେ ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ଗତକାଲି ଯେମିତି ଥିଲା ଅ ।ଜି ମଧ୍ୟ ସେମିତି ପରିସ୍ଥିତି ଦେଖାଦେଇଥିଲା । ଫଳରେ ଦ୍ୱିତୀୟ ଦିନରେ ବି ଗୃହ ଅଚଳ ହୋଇଥିଲା ।

ଚଳିତ ଶୀତ ଅଧିବେଶନର ଅ ।ଜି ଦ୍ୱିତୀୟ କାର୍ଯ୍ୟ ଦିବସରେ ବାଚସ୍ପତି ଗୃହକୁ ଅ ।ସି ପ୍ରଶ୍ନକାଳ ଅ ।ରମ୍ଭ କରିବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲାକାର୍ଡମାନ ଧରି ହୋହାଲ୍ଲା କରିଥିଲେ । ଗୃହ ମଧ୍ୟଭାଗକୁ ଅ ।ସି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ସହିତ ସିବିଅ ।ଇ ତଦନ୍ତ ଦାବିରେ ନାରାବାଜି କରିଥିଲେ । ଏପରିକି ପ୍ରଥମାର୍ଦ୍ଧ ମାତ୍ର ଏକ ମିନିଟ ବି ଗୃହ ଚାଲିପାରିନଥିଲା ।

ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରୁଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ପ୍ରବେଶ ଉପରେ କଟକଣା ରହିଛି । ବିରୋଧୀ ସଦସ୍ୟମାନେ ଗୃହକୁ ପ୍ଲାକାର୍ଡ ଧରି ଅ ।ସିବା ଠିକ୍ ନୁହେଁ । ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଭୃକ୍ଷେପ ନକରି ଗୃହ ମଧ୍ୟଭାଗରେ ଫ୍ଲେକ୍ସ ଦେଖାଇବା ସହିତ ପ୍ରବଳ ପାଟିତୁଣ୍ଡ ଜାରି ରଖିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଡଃ. ସୂର୍ଯ୍ୟନରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରିଥିଲେ । ବିଧାନସଭା ପାଟକ ସମ୍ମୁଖରେ ବିଜେପି ସଭ୍ୟମାନେ ବ୍ୟାନର ଧରି ପ୍ରତିଦାଦ କରିଥିଲେ । ସେହିପରି କଂଗ୍ରେସ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ଡିଜିପି କ୍ୟାମ୍ପ ଅଫିସକୁ ଯାଇ ଭେଟିଥିଲେ । ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ହାଇକୋର୍ଟର ଜଣେ ଜଜ୍‌ଙ୍କ ତ ୍ୱାବଧାନରେ ଏସ୍‌ଅ ।ଇଟି ଗଠନ କରାଯାଉ ବୋଲି ସଦସ୍ୟମାନେ ଦାବି ରଖିଥିଲେ ।

Also Read  ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

ଗୃହ ମୁଲତବୀ ହେବା ପରେ ବିରୋଧୀଙ୍କ ଏପରି ଅ ।ଚରଣକୁ ନେଇ ଶାସକ ଦଳ କ୍ଷୋଭ ପ୍ରକାଶ କରିଛି । ବିରୋଧୀ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ବିଧାନସଭା ଚାଲିବାକୁ ଦେଉନଥିବା ଅଭିଯୋଗ କରି ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଶାସକ ଦଳ ବିଧାୟକ ବିକ୍ଷୋଭ କରିଛନ୍ତି ।

ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ଅ ।ରମ୍ଭ ହେବା ମାତ୍ରେ ପୁନର୍ବାର ବିରୋଧୀ କଂଗ୍ରେସ ଓ ବିଜେପି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ପୁଣି ନାରାବାଜି କରିଥିଲେ । ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସରକାରୀ କାଗଜପତ୍ର ଉପସ୍ଥାପନ କରାଯାଇଥିଲା । ଉଭୟ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ କାଚ ବାଡ଼େଇବା ସହିତ କଳା ଗାମୁଛା ଓ ଫ୍ଲେକ୍ସ ଫିଙ୍ଗିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହ ମାତ୍ର ୧୩ ମିନିଟ ଚାଲିପାରିନଥିଲା । ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ଶ୍ରୀ ପାତ୍ର ଅ ।ସନ୍ତାକାଲି(ଶୁକ୍ରବାର) ସାଢ଼େ ୧୦ଟା ଯାଏ ଗୃହକ ମୁଲତବୀ କରିଥିଲେ ।

ଅନ୍ୟପକ୍ଷରେ ଗୃହ ବାହାରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ ଫେଲ ମାରିଛନ୍ତି । ବିଜେପି ସାଂସଦମାନେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଉ ନାହାନ୍ତି । ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ । ବିଜେଡି ପକ୍ଷରୁ ଯେଉଁ ପ୍ରସଙ୍ଗ ଉଠାଯାଉଛି ତାହା ରାଜ୍ୟବାସୀଙ୍କ ସ୍ୱାର୍ଥପାଇଁ, କିନ୍ତୁ ବିଜେପି ବ୍ୟକ୍ତିଗତ ପ୍ରସଙ୍ଗ ଉଠାଇ ବାସ୍ତବ ପ୍ରସଙ୍ଗକୁ ଅଣଦେଖା କରି ସୂଚିନ୍ତିତ ରାଜନୀତି କରୁଛି । ଦରଦାମ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ଏହା ଏକ ଭିନ୍ନ ପ୍ରସଙ୍ଗ । ନାରୀ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ମମିତା କେସକୁ ବାଟବଣା କରିବା ପାଇଁ ବିଜେଡି ଗ୍ୟାସ ପ୍ରସଙ୍ଗ ଉଠାଉଛି । ଦରଦାମ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ବିଚରାଧୀନ ରହିଛି ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାର ଜାଣିଶୁଣି ସମସ୍ୟା ସୃଷ୍ଟି କରୁଛନ୍ତି । ମମିତା ମେହେର କେସରେ ତଦନ୍ତ ଠିକରେ କରାଯାଉନି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ଝାମେଲା ହୋଇ ନଥାନ୍ତା । ଗରିବ ଲୋକମାନଙ୍କ ଅର୍ଥରେ ବିଧାନସଭା ଚାଲୁଛି । ରାଜ୍ୟ ସରକାର ବିଧାୟକଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଶ୍ରୀ ବାହିନୀପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here