ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ : ହରିଦାସପୁର ନିକଟ ରେଳଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ

0
357
Visakhapatnam-Palasa passenger train
ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର: ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ୧୨୨୪୬ ନମ୍ବର ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ପୂର୍ବତଟ ରେଳପଥର ହରିଦାସପୁର ଷ୍ଟେସନ ପରିସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଇଞ୍ଜିନ ନିକଟବର୍ତ୍ତୀ ତିନିଟି ବଗି ଲାଇନଚୁତ ହେବା ଫଳରେ ଏଭଳି ଅଘଟଣ ଘଟିଛି। ତେବେ ଏହି ଅଘଟଣ ସମୟରେ କୌଣସି ଯାତ୍ରୀ ବା ଅନ୍ୟ କେହି ଆହତ ହୋଇନାହାନ୍ତି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସମସ୍ତ ଯାତ୍ରୀ କୋଚ୍ ଅନ୍ୟ ଏକ ଇଞ୍ଜିନ୍ ସହିତ ସଂଯୁକ୍ତ ହେବ ଏବଂ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯିବ। ଏହି ଘଟଣା ଖଡ଼ଗପୁର – ଭୁବନେଶ୍ୱର ମେନ୍ ଲାଇନର ଟ୍ରେନ୍ ସେବା ଉପରେ ପ୍ରଭାବ ପକାଇ ନାହିଁ। | ପ୍ରଭାବିତ କୋଚଗୁଡିକର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Also Read  ପୁରୀ ହେଉଛି ଧାର୍ମିକ ରାଜଧାନୀ : ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ