ପୂଜକ ବେଶରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ ବିଧାୟକ ତାରା ବାହିନୀପତି

0
314
ଗଙ୍ଗାଜଳ ଛିଞ୍ଚିଲେ ବିଧାୟକ ତାରା ବାହିନୀପତି
ଗଙ୍ଗାଜଳ ଛିଞ୍ଚିଲେ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର: ଚତୁର୍ଥ ଦିନରେ ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି। ଏଣେ ସବୁଠାରୁ ରୋଚକ ବେଶରେ ନଜର ଆସିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି।

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପବିତ୍ର ଦର୍ଶାଇ ବିଧାୟକ ତାରା ବାହିନୀପତି ପୋଡିୟମ ଚାରିପଟେ ପୂଜକ ବେଶରେ ଗୃହରେ ଗଙ୍ଗାଜଳ ଛିଞ୍ଚିଛନ୍ତି। ଏହାସହିତ କଂଗ୍ରେସ ବିଧାୟକମାନେ ଘଣ୍ଟ ପିଟି ଅଭିନବ ପ୍ରତିବାଦ ଜଣାଇଛନ୍ତି। ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି,ସରକାର ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିବେ କି ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ନ ଦେବେ, ତାହାଲେ ଆସନ୍ତା ସୋମବାର ବିଧାନସଭା ସୁପର ସାଇକ୍ଲୋନ ହେବ। ଏହି ପ୍ରତିବାଦ ଆଗକୁ ଆହୁରି ଜୋରଦାର ହେବ

Also Read  ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ୱାଟର ଟ୍ୟାକ୍ସି ସେବା