ଭିଜିଲାନ୍ସ ଜାଲରେ କଟକର ଓଏସଏପି ସିପାହୀ : ୧୭ ବ୍ୟାଙ୍କ ପାସବୁକ୍ ଜବତ

0
294
ଭିଜିଲାନ୍ସ ଜାଲରେ କଟକର ଓଏସଏପି ସିପାହୀ
ଭିଜିଲାନ୍ସ ଜାଲରେ କଟକର ଓଏସଏପି ସିପାହୀ

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ୬ଷ୍ଠ ଓଏସଏପି ସିପାହୀ ସହଦେବ ପରିଡ଼ାଙ୍କ ସରକାରୀ କ୍ବାର୍ଟର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହେଉଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ, କଟକ ଭିଜିଲାନ୍ସର ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତାଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉ ସମୟରେ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଓ ୧୭ଟି ବ୍ୟାଙ୍କ ପାସବୁକ୍ ବି ଜବତ କରାଯାଇଛି।

ଏଠାରେ ଭିଜିଲାନ୍ସର ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ତାଙ୍କ ଠାରୁ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା ନଗଦ ଜବତ କରାଯିବା ସହ ତାଙ୍କ ନାମରେ ୨ଟି ପ୍ଲଟ୍, ସ୍ତ୍ରୀଙ୍କ ନାଆଁରେ ୨ଟା ଓ ପୁଅଙ୍କ ନାଆଁରେ ଗୋଟିଏ ପ୍ଲଟ୍ ଠାବ କରାଯାଇଛି। ଏହାଛଡ଼ା ୪ଟା ଦୁଇଚକିଆ ଯାନ, କିଛି ସୁନାରୁପା, ଗୋଟିଏ ବିଲଡିଙ୍ଗ, କଣ୍ଟିଲୋ ତିନିଘରିଆରେ ଗୋଟିଏ ପ୍ଲଟ ସହ ୪ଟା ଆଜବେଷ୍ଟସ ଘର, ୧୭ ଟା ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାଯାଇଛି।

ତାଙ୍କର ପୁରୀର ମାଳତୀପାଟପୁର ଓ ଭୁବନେଶ୍ବରର ପାଣ୍ଡରାରେ ପ୍ଲଟ୍ ଅଛି।  ଏସବୁକୁ ଜବତ କରିଛି ଭିଜିଲାନ୍ସ। ଏହା ସହିତ ଏବେ ବି ଚଢ଼ାଉ ଜାରି ରହିଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଏଣେ ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ପ୍ରଧାନଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁରର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୁଆଗଡ ସରକାରୀ କାର୍ଯ୍ୟାଳୟରେ ଆଜି ସକାଳେ ଏକସଙ୍ଗେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଉକ୍ତ ସରକାରୀ କର୍ମଚାରୀ ଜମି ବ୍ୟବସାୟ ସହ ସମ୍ପୃକ୍ତ ଥିବାର ଅଭିଯୋଗ ରହିଥିଲା ଏବଂ ତିନୋଟି ଭିଜିଲାନ୍ସ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି କରିଛନ୍ତି। ଏନେଇ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

Also Read  Odisha Police arrests one more person in misappropriation of government subsidy Case