ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏବେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ବିଚାରାଧୀନ

0
610
ହାଇକୋର୍ଟ
ହାଇକୋର୍ଟ

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏବେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ବିଚାରାଧୀନ ରହିଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି।

ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଭିନ୍ନ ଜିଲା କୋର୍ଟରେ ୧୭, ୬୮, ୭୦୪ଟି ମାମଲା ପଡ଼ି ରହିଛି। ଅପରପକ୍ଷରେ ବିଗତ ୩ ବର୍ଷରେ ୮,୯୫,୪୧୨ଟି ମାମଲା ଫଇସଲା ହୋଇଥିବା କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

Also Read  Hon’ble MoS (I/C), MoPNG Shri Dharmendra Pradhan to launch implementation of Bhubaneshwar and Cuttack CGD project