ତାମିଲନାଡୁରେ ‘ସିଡିଏସ୍‌’ ବିପିନ୍ ରାୱତଙ୍କ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ : ଏଯାଏ ୭ ମୃତ

0
758
‘ସିଡିଏସ୍‌’ ବିପିନ୍ ରାୱତଙ୍କ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ
‘ସିଡିଏସ୍‌’ ବିପିନ୍ ରାୱତଙ୍କ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ରାୱତଙ୍କ ସମେତ ୧୪ଜଣ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଥିଲେ

ନୂଆଦିଲ୍ଲୀ: ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’  ଜେନେରାଲ୍‌ ବିପିନ ରାୱତ୍‌ଙ୍କ ସମେତ କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍‌ ଆଜି ତାମିଲ୍‌ନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରତର ହୋଇଛନ୍ତି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ନୀଳଗରିରେ ହେଲିକପ୍ଟର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ତିନିଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତ ହୋଇଥିବା କେତେଜଣଙ୍କୁ ନୀଳଗିରି ଜିଲ୍ଲାର ୱେଲିଙ୍ଗ୍‌ଟନ୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ ଡାକ୍ତରଖାନାକୁ ନିଆଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ଲାଗି ତଲାସ ଚାଲିଛି।

ଉକ୍ତ ହେଲିକପ୍ଟର୍‌ରେ ୧୪ଜଣ ଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଟିଭି ଚାନେଲ୍‌ଗୁଡ଼ିକ ବହଳ ଧୂଆଁ ଏବଂ ନିଆଁ ସହ ହେଲିକପ୍ଟର୍‌ର ଭଗ୍ନାଂଶ ଦୃଶ୍ୟ ପ୍ରସାରଣ କରୁଛନ୍ତି। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ‘ଏମ୍‌ଆଇ-ସିରିଜ୍‌’ର ଉକ୍ତ ହେଲିକପ୍ଟର୍‌ରେ ‘ସିଡିଏସ୍‌’ ବିପିନ ରାୱତ୍‌ଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଥିଲେ।କୋଏମ୍ବାଟୁର୍‌ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍‌’ ରାୱତ୍ ହେଲିକପ୍ଟର୍‌ ଯୋଗେ କୁନୁର୍‌ର ୱେଲିଙ୍ଗ୍‌ଟନ୍‌ ଅଭିମୁଖେ ଯାତ୍ରା କରୁଥିଲେ।

ଟୁଇଟ୍‌ କରି ଭାରତୀୟ ବାୟୁସେନା ଉକ୍ତ ଦୁର୍ଘଟଣା କଥାକୁ ସୁନିଶ୍ଚିତ କରିଛି ଏବଂ ଦୁର୍ଘଟଣାର କାରଣ ଜାଣିବା ପାଇଁ ଦତନ୍ତ ଆଦେଶ ଦିଆଯାଇଥିବା କଥା ମଧ୍ୟ ଜଣାଇଛି।

Also Read  Army looking into reports of snipers entering Kashmir: General Rawat