ରାଜ୍ୟରେ ୮୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି : ୨୮.୮୭% ପିଲାଙ୍କ ପାଖରେ ଅଛି ସ୍ମାର୍ଟଫୋନ

0
729
ଅଧାରୁ ପାଠ ଛାଡିଛନ୍ତି
ଅଧାରୁ ପାଠ ଛାଡିଛନ୍ତି

ଭୁବନେଶ୍ୱର : ସ୍କୁଲ ଡ୍ରପ ଆଉଟର ତାଲିକା ଦେଲେ ରାଜ୍ୟ ସରକାର। ୨୦୧୯-୨୦ରେ ୮୧୬୮ ପିଲା ଅଧାରୁ ପାଠ ଛାଡିଥିବା କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଧାୟକ ତାରା ବାହିନୀପତି ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କରୋନା ପରବର୍ତ୍ତି ସମୟରେ ଷଷ୍ଠ-ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ପୂର୍ବପରି ପିଲାମାନେ ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନଥିବା ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ୨୦୧୯-୨୦ରେ ୮୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି। ନୂଆପଡାରୁ ସର୍ବାଧିକ ୮୯୬,ଗଞ୍ଜାମ ୫୮୩, ସୁନ୍ଦରଗଡ ୫୨୬, ଖୋର୍ଦ୍ଧାରୁ ୬୦୩, କେନ୍ଦୁଝର ୬୮୧, କଳାହାଣ୍ଡି ୫୨୮ ପିଲା ଅଧାରୁ ପାଠ ଛାଡିଛନ୍ତି । ଏମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ଅନ୍ୟପକ୍ଷରେ ସ୍ମାର୍ଟଫୋନ ଉପଲବ୍ଧତା ନେଇ ବିଧାୟିକା କୁସୁମ ଟେଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତରରେ ସେ କହିଛନ୍ତି ଯେ, ୨୦୨୦ମସିହା‌ ସେପ୍ଟେମ୍ବର ମାସରେ ଏନେଇ ସର୍ଭେ ହୋଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ରାଜ୍ୟରେ ୨୮.୮୭% ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବ‌ା ଜଣାପଡ଼ିଥିଲା।

Also Read  OCA assures steps to stop recurrence of power disruption during matches