ପୁଣି ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର

0
302

ପୁଣି ବଢିଲା ଘରୋଇ ଏଲପିଜି ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । ନୂଆ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୧୦୫୩ ଟଙ୍କା ହୋଇଯାଇଛି । ୧୪.୨ କିଲୋଗ୍ରାମ ସିଲିଣ୍ଡର ସହ ୫ କିଲୋଗ୍ରାମ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବଢ଼ିଛି | ଏହି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହାର ମୂଲ୍ୟ ସିଲିଣ୍ଡର ପିଛା ୮.୫୦ ଟଙ୍କା ହ୍ରାସ କରାଯାଇଛି।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କଲା ବିଜେପି