ଧୋଇଗଲା ଶୀତ ଅଧିବେଶନ : ଅଧାରୁ ବନ୍ଦ ହୋଇଗଲା

0
377
ଧୋଇଗଲା ଶୀତ ଅଧିବେଶନ
ଧୋଇଗଲା ଶୀତ ଅଧିବେଶନ
  • ଗଙ୍ଗାଜଳ, ଘଣ୍ଟମାଡ଼, ପୋଷ୍ଟର ଲଢ଼େଇ ସରିଲା
  • ୯ଦିନରେ ମାତ୍ର ୧୪୫ ମିନିଟ ଚାଲିଲା
  • ୨୦ ଦିନ ପୂର୍ବରୁ ସରିଲା ଚଳିତ ଅଧିବେଶନ

ଭୁବନେଶ୍ୱର : ମମିତା ମେହେର ଝଡ଼ରେ ପୂରା ଧୋଇଗଲା ଶୀତ ଅଧିବେଶନ । ଧାର୍ଯ୍ୟ ସୟମର ୨୦ ଦିନ ପୂର୍ବରୁ ସରିଛି ଅଧିବେଶନ । ଆରମ୍ଭରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହକୁ ଅଚଳ କରିଥିଲେ ବିରୋଧୀ । ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଶାସକ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ପ୍ରଥମ ଦିନରୁ ହଟ୍ଟଗୋଳ, ନାରାବାଜି, ଗଙ୍ଗାଜଳ ଓ ଗୋବର ପାଣି ପକାଇବା, ଘଣ୍ଟ ବଜେଇବା ଏବଂ ପୋଷ୍ଟର ଲେଢ଼େଇ ଭଳି ନାଟକୀୟ ଘଟଣାମାନ ଦେଖାଦେଇଥିଲା । ମୋଟ ୨୬ଟି କାର୍ଯ୍ୟଦିବସରୁ ମାତ୍ର ୯ଦିନ ଚାଲିଲା ଗୃହ । ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ବାରମ୍ବାର ସର୍ବଦଳୀୟ ବୈଠକ ଡକିଥିଲେ ବି ତାହା ବିଫଳ ହୋଇଥିଲା । ଏହି ୯ଦିନରେ ମାତ୍ର ୧୪୫ ମିନିଟ ଗୃହ ଚାଲିବାକୁ ସକ୍ଷମ ହୋଇଥିଲା ।

ଚଳିତ ଶୀତ ଅଧିବେଶନରେ ୯ଟି କାର୍ଯ୍ୟଦିବସ ହୋଇଥିବାବେଳେ ୮ ଦିନ ସରକାରୀ କାର୍ଯ୍ୟଦିବସ ରହିଥିଲା । ଅଧିବେଶନ ବେଳେ ଗୃହର ୩ ଦିବଂଗତ ସଦସ୍ୟ ଓ ୧୪ ଜଣ ପୂର୍ବତନ ଅ ।ର୍ମି ଓ ପୁଲିସ ଏବଂ କରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଅ ।ଗତ କରାଯାଇଥିଲା । ସେହିପରି ୭୮୬ଟି ତାରକା ଓ ୧୪୭୫ଟି ଅଣତାରକା ପ୍ରଶ୍ନର ଉତ୍ତର ଉପସ୍ଥାପିତ ହୋଇଥିଲା । ଏତଦବ୍ୟତୀତ ୩୫ଟି କାଗଜ ଉପସ୍ଥାପନ, ୧୧ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ, ଗୋଟିଏ କମିଟି ରିପୋର୍ଟ ଉପସ୍ଥାପିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ ।

ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଅ ।ଗତ କରାଯାଇଥିଲା । ଶୋକ ପ୍ରସ୍ତାବ ଯୋଗୁଁ ଶାନ୍ତିଶୃଙ୍ଖଳାର ସହ ବିଧାନସଭା ୨୨ ମିନିଟ ଚାଲିଥିଲା । କିନ୍ତୁ ଏହା ପରେ ଅ ।ଉ ବିଧାନସଭା ସ୍ୱାଭାବିକ ହୋଇପାରିନାହିଁ । ମମିତା ମେହେର ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା ହଟ୍ଟଗୋଳ କରି ଗୃହକୁ କମ୍ପାଇ ଦେଉଛନ୍ତି । ନିଅ ।ରା ଢଙ୍ଗରେ ପ୍ରତିବାଦ ବି ଜାରି ରଖିଛନ୍ତି । ପ୍ରଥମଦିନ ଅପରାହ୍ନରେ ଗୃହ ୩ ମିନିଟ ଚାଲିବା ପରେ ମୁଲତବୀ ହୋଇ ଯାଇଥିଲା । ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଅ ।ଗତ କରିଥିଲେ । ଦ୍ୱିତୀୟ ଦିନରେ ବିଧାନସଭା ମାତ୍ର ୧୩ ମିନିଟ ଚାଲି ପାରିଥିଲା । ତୃତୀୟ ଦିନରେ ୧୧ ମିନିଟ ଚାଲିଥିବାବେଳେ ଚତୁର୍ଥ ଦିନରେ ମାତ୍ର ୩ ମିନିଟରେ ଗୃହ ଅଟକି ଯାଇଥିଲା ।

Also Read  Odisha Witnesses Chilly Nights

ସେହିପରି ପୂର୍ବ ସପ୍ତାହ ଭଳି ଚଳିତ ସପ୍ତାହରେ ବି ବିଧାନସଭାରେ ଅନରୂପ ସ୍ଥିତି ସୃଷ୍ଟି ହୋଇଥିଲା । ଡିସେମ୍ବର ୬ ଅର୍ଥାତ ବିଧାନସଭାର ପ ମ ଦିବସରେ ଗୃହ ୮ ମିନିଟ ଚାଲିଥିବାବେଳେ ଷଷ୍ଠ ଦିନରେ ୧୦ ମିନିଟ ଚାଲି ପାରିଥିଲା । ଅପରପକ୍ଷରେ ୭ମ ଦିନରେ ଗୃହ କାର୍ଯ୍ୟ ୭ ମିନିଟରେ ସୀମିତ ଥିବାବେଳେ ୮ମ ଦିନରେ ୩୪ ମିନିଟ ଚାଲି ପାରିଥିଲା । ସେହିଦିନ ଜେନେରାଲ ବିପିନ ରାୱତଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଅ ।ଗତ ହେବା ସହ ଗୃହର ପ୍ରଥମାର୍ଦ୍ଧକୁ ମୁଲତବୀ ରଖାଯାଇଥିଲା । ଏହାଛଡ଼ା ହଟ୍ଟଗୋଳ ଭିତରେ ୨୦ ମିନିଟ ଧରି ଖର୍ଚ୍ଚଦାବି ଆଲୋଚନା ହେବା ସହ ଗିଲୋଟିନ ଯୋଗେ ଖର୍ଚ୍ଚଦାବି ଗୃହୀତ ହୋଇଥିଲା ।

ଅ।ଜି ୯ମ ଦିନରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଅ ।ରମ୍ଭ ହେବାପରେ ବିରୋଧୀ ହଟ୍ଟଗୋଳ ଅ।ରମ୍ଭ କରିଦେଇଥିଲେ । ଘଣ୍ଟ ବାଡ଼େଇ ବିରୋଧୀ ଗୃହକୁ ପ୍ରକମ୍ପିତ କରିଥିଲେ । ଫଳରେ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା । ସାଢ଼େ ୧୧ଟାରେ ଗୃହ କାର୍ଯ୍ୟ ଅ ।ରମ୍ଭରୁ ଅନରୂପ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୧ଟା ୩୧ରୁ ମୁଲତବୀ ରଖିଥିଲେ । ତେବେ କୌଣସି ସୁଫଳ ନମିଳିବାରୁ ଗୃହକୁ ୧୨ଟା ୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଅପରାହ୍ନରେ ବି ଅନୁରୂପ ସ୍ଥିତି ଲାଗି ରହିଥିଲା । ହଟ୍ଟଗୋଳ ମଧ୍ୟରେ ବ୍ୟୟମଞ୍ଜରୀ ବିଲ ପାରିତ ହୋଇଥିଲା । ଏହି ୯ଟି କାର୍ଯ୍ୟଦିବସରେ ମୋଟ ୧୪୫ ମିନିଟ ଚାଲିପାରିଥିଲା ଗୃହ । ତେବେ ଗୃହରେ କୌଣସି ସରକାରୀ କାର୍ଯ୍ୟନଥିବା ବେଳେ କରୋନା କାରଣରୁ ଶୀତ ଅଧିବେଶନକୁ ବନ୍ଦ ରଖିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ପ୍ରସ୍ତାବ ଅ ।ଗତ କରିଥିଲେ । ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅଶ୍ୱିନୀ ପାତ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଅ ।ରୁଖ ଏହାକୁ ସମର୍ଥନ କରିଥିଲେ । ପରେ ଅ ।ରମ୍ଭ ହୋଇଥିଲା ସତ୍ରାବସାନ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ବିରୋଧୀ ବିଧାୟକମାନେ ଏହି ସମୟରେ କକ୍ଷତ୍ୟାଗ କରିଥିଲେ । ପରେ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପରେ ବନ୍ଦେ ଉତ୍କଳ ଜନନୀ ଗାୟନ ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା ।

Also Read  ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ମହିଳା ଥାନା ପୋଲିସ

LEAVE A REPLY

Please enter your comment!
Please enter your name here