ମିସ୍‌ ୟୁନିଭର୍ସ-୨୦୨୧ ଟାଇଟଲ୍‌ : ୨୧ ବର୍ଷ ପରେ ଭାରତର କିଏ ମୁକୁଟ ହାସଲ କଲେ ?

0
955
ହର୍‌ନାଜ୍ କୌର୍‌ ସନ୍ଧୁ
ହର୍‌ନାଜ୍ କୌର୍‌ ସନ୍ଧୁ

ନୂଆଦିଲ୍ଲୀ: ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ ଭାରତ ଏହି ଗୌରବ ହାସଲ କରିବାରେ ସମର୍ଥ ହୋଇଛି। ୨୦୦୦ ମସିହାରେ ଲାରା ଦତ୍ତ ଏହି ଟାଇ‌ଟଲ୍‌ ବିଜୟିନୀ ହୋଇଥିଲେ।

Harnaaz

ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ସେ ‘ମିସ୍‌ ୟୁନିଭର୍ସ’ ମୁକୁଟ ହାସଲ କରିଛନ୍ତି। ବିଶ୍ବବ୍ୟାପୀ ‘ଲାଇଭ୍‌-ଷ୍ଟ୍ରିମ୍‌’ ହୋଇଥିବା ଏକ କାର୍ଯ୍ୟକ୍ରମରେ ମେକ୍ସିକୋର ପୂର୍ବତନ ‘ମିସ୍‌ ୟୁନିଭର୍ସ ୨୦୨୦’ ଆଣ୍ଡ୍ରିଆ ‌ମି‌ଜା ସନ୍ଧୁଙ୍କୁ ମୁକୁଟ ପିନ୍ଧାଇ ଥିଲେ।

ଉପରୋକ୍ତ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍‌ ହେଉଛନ୍ତି ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକା। ପ୍ରତିଯୋଗିତାର ଚୂଡ଼ାନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଚରାଯାଇଥିଲା, ଆଜିକାଲି ପଡୁଥିବା ଚାପକୁ କିଭଳି ମୁକାବିଲା କରିବାକୁ ପଡ଼ିବ ବୋଲି ଆପଣମାନେ କାର୍ଯ୍ୟକ୍ରମ ଦେଖୁଥିବା ତରୁଣୀମାନଙ୍କୁ ପରାମର୍ଶ ଦେବେ?

Also Read  ଦେହ ବ୍ୟବସାୟ ଆଇନସମ୍ମତ; ପୁଲିସ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ