ଡିବିରି ନିଆଁରୁ ଅଗ୍ନିକାଣ୍ଡ : ଯୁବତୀ ଜୀବନ୍ତ ଦଗ୍ଧ

0
401
ଡିବିରି ନିଆଁରୁ ଅଗ୍ନିକାଣ୍ଡ
ଡିବିରି ନିଆଁରୁ ଅଗ୍ନିକାଣ୍ଡ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡିବିରିରୁ ନିଆଁ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାର ଚାଞ୍ଚଲ୍ୟକର ଖବର ମିଳିଛି।

ମୃତ ଛାତ୍ରୀ ଜଣକ ହେଲେ ସ୍ୱପ୍ନେଶ୍ଵରୀ ମୁଣ୍ଡା। ସେ ଘରେ ଜଳୁଥିବା ଡିବିରିକୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା। ଛାତ୍ରୀଜଣକ ଚିତ୍କାର କରିବାରୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ସ୍ୱପ୍ନେଶ୍ଵରୀଙ୍କ ଦେହ ସଂପୂର୍ଣ୍ଣ ଜଳିଯାଇଥିଲା। କିଛି ସମୟ ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଲହୁଣୀପଡ଼ାର ଏକ କଲେଜର ଯୁକ୍ତ ତିନି ପଢ଼ୁଥିବା ଜଣାପଡ଼ିଛି। ଖାଲିସେତିକି ନୁହେଁ, ସ୍ୱପ୍ନେଶ୍ଵରୀ ଜଣେ ମେଧାବୀ ଛାତ୍ରୀ ବୋଲି କୁହାଯାଇଛି। ସ୍ୱପ୍ନେଶ୍ଵରୀଙ୍କ ଅକାଳ ବିୟୋଗରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବଣାଇ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Also Read  Journalists in Bhubaneswar help insane Woman moving clothless on roads, hand her over to Police