ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

0
162
odisha-government-free-rs-61-lakh-of-navi-mumbai-municipal-corporation

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବି ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏହି ଦେୟ ଛାଡ଼ କରାଯାଇଛି।

୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ ନଭେମ୍ବର ୨୭ ପର୍ୟ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି ରୁମ୍ ଓ ଗୋଟିଏ ଆବାସରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କମାନେ ଦୀର୍ଘ ୭ ମାସରୁ ଅଧିକ ସମୟ ରହି ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବି ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।

Also Read  ରାଜ୍ୟରେ ଲମ୍ଫ ମାରୁଛି କରୋନା : ଦିନକରେ ପୁଣି ୭ହଜାର ପାର, ଖୋର୍ଦ୍ଧା ସ୍ଥିତି ସଙ୍ଗୀନ

LEAVE A REPLY

Please enter your comment!
Please enter your name here