ଲୋକସଭା ମୌସୁମୀ ଅଧିବେଶନରୁ ୪ କଂଗ୍ରେସ ସାଂସଦ ନିଲମ୍ବିତ

0
454
4-congress-mps-suspended-from-lok-sabha

ନୂଆଦିଲ୍ଲୀ: ଲୋକସଭାରେ ପ୍ଲାକାର୍ଡ ଧରି ଦରବୃଦ୍ଧି ବିରୋଧରେ ହୋହଲ୍ଲା କରିଥିବାରୁ ଗୃହରୁ କଂଗ୍ରେସର ଚାରି ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବେଆଇନ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଆସନ୍ତାକାଲି ଯାଏଁ ସ୍ଥଗିତ ରଖାଯାଇଛି । ତେବେ ପୂରା ମୌସୁମୀ ଅଧିବେଶନରୁ କଂଗ୍ରେସ ସାଂସଦ ମନିକମ୍ ଟାଗୋର, ଜ୍ୟୋତିମଣି, ରାମ୍ୟା ହରିଦାସ ଏବଂ ଟିନ୍ ପ୍ରତାପନଙ୍କୁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ସାଂସଦମାନେ ହେଲେ- ମଣିକମ ଟାଗୋର, ରମ୍ୟା ହରିଦାସ,ଜ୍ୟୋତିମଣି ଏବଂ ଟିଏନ୍‌ ପ୍ରଥପନ। ଦେଶରେ ବଢ଼ୁଥିବା ମହଙ୍ଗା ସ୍ଥିତିକୁ ବିରୋଧ କରି ସାଂସଦମାନେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସଦ ଗୃହ ଭିତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧ କରିବା ସହ ନାରାବାଜୀ କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ବିଧାନସଭାର ଶୁଣାଣି ସ୍ଥଗିତ ରଖିବା ପୂର୍ବରୁ କାମଚଳା ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ହଙ୍ଗାମା କରିଥିବାରୁ ଚାରିଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ନିୟମ ୩୭୪ ଏହି କଂଗ୍ରେସର ଏହି ଚାରିଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। କଂଗ୍ରେସ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛି । ଆମ ସାଂସଦମାନେ ଗୃହରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି । ସରକାର ଏ‌ହାକୁ ଗ୍ରହଣ ନକରି ଆମ ସାଂସଦଙ୍କୁ ଜାଣିଶୁଣି ନିଲମ୍ବିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Also Read  Covid-19: India reports 18,132 new cases; lowest single-day infections in last 215 days