ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

0
602
man-arrested-for-sending-threats-to-vicky-kaushal-and-katrina-kaif

ମୁମ୍ବାଇ: ବଲିଉଡ୍ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇ ପୋଲିସ ଏହି ସୂଚନା ଦେଇଛି। ଭିକି କୌଶଲଙ୍କ ଅଭିଯୋଗ ପରେ ମୁମ୍ବାଇର ସାଣ୍ଟା କ୍ରୁଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଜଣକ ମନବିନ୍ଦର ସିଂହ ବୋଲି ଜଣାପଡିଛି। ସୋଶାଲ ମିଡିଆରେ ଏହି ଷ୍ଟାର୍‌ କପଲ୍‌ଙ୍କୁ ଲଗାତାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆସିଥିଲା। ଏହାପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ଭିକି କହିଛନ୍ତି ଯେ ମନବିନ୍ଦର ହେଉଛନ୍ତି ଜଣେ ଷ୍ଟ୍ରଗଲିଂ ଆକ୍ଟର। ସେ କ୍ୟାଟ୍‌ଙ୍କୁ ଏକତରଫା ପ୍ରେମ କରୁଥି‌ଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେହି କାରଣରୁ କ୍ୟାଟ୍ରିନାଙ୍କ ବିବାହ ପରେ ସେ ତାଙ୍କୁ ସୋସିଆଲ୍‌ ମିଡିଆରେ ହଇରାଣ କରିବା ଆରମ୍ଭ କରି ଦେଇଛନ୍ତି। ଉଭୟ ପତି-ପତ୍ନୀଙ୍କୁ ହତ୍ୟା ଧମକ ବି ଦେଇଛନ୍ତି। ସେ ଅନେକ ଦିନ ଆଗରୁ କ୍ୟାଟ୍‌ଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ଏଡିଟ୍‌ କରି ଇନ୍‌ଷ୍ଟାରେ ଛାଡୁଥିବା ଦେଖିବାକୁ ମିଳିଛନ୍ତି। ସେ କ୍ୟାଟ୍‌ଙ୍କର ଜଣେ ପାଗଳ ପ୍ରଶଂସକ।

ଅଭିଯୁକ୍ତକୁ ଥାନାକୁ ଆଣି ପୁଲିସ ପଚରାଉଚରା ଜାରି ରଖିଛି। ଏହି ବ୍ୟକ୍ତି ଜଣକ ନିଜ ସୋଶାଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‌ରେ ନିଜ ନାଁ କିଙ୍ଗ ଆଦିତ୍ୟ ରାଜପୁତ ଭିଭିଆଇ ରଖିଛନ୍ତି। ଏଥିସହ ନିଜକୁ ଜଣେ ଅଭିନେତା କହିବା ସହ କ୍ୟାଟ୍ରିନାଙ୍କୁ ନିଜ ଗାର୍ଲଫ୍ରେଣ୍ଡ ତଥା ପତ୍ନୀ ବୋଲି ଉଲ୍ଲେଖ କରିଛନ୍ତି।

Also Read  ବଲିଉଡ ବାଦଶାହଙ୍କ ଆଲିସାନ ବଙ୍ଗଲାରେ ପଶିଲା ଏନସିବି : ଆରୟନଙ୍କ ପରେ ଅନନ୍ୟାଙ୍କୁ ସମନ