୧୦୦ କୋଟି ଦିଅନ୍ତୁ, ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳପଦ ପାଆନ୍ତୁ ! ସିବିଆଇ ଜାଲରେ ୪ ଜଣିଆ ରାକେଟ୍

0
473
Bahanaga Train Tragedy: CBI Gets Further 4 Days' Remand Of Three Accused
Bahanaga Train Tragedy: CBI Gets Further 4 Days' Remand Of Three Accused

ନୂଆଦିଲ୍ଲୀ: ରାଜ୍ୟସଭା ସିଟ ଏବଂ ରାଜ୍ୟପାଳ ପଦ ଯୋଗାଇ ଦେବାକୁ କହି ୧୦୦ କୋଟି ପର୍ଯ୍ୟନ୍ତ ଠକି ନେଉଥିଲେ ଦୁର୍ବୁର୍ତ୍ତ । ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା ସିବିଆଇ ସୋମବାର ଏଭଳି ଏକ ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗର କଳା କର୍ତ୍ତୃତ୍ୱକୁ ସାମ୍ନାକୁ ଆଣିବା ସହ ଏହାର କଳା କାରନାମର ପର୍ଦ୍ଦାଫାସ କରିଛନ୍ତି । ଏହି ଘଟଣାରେ ଚାରି ଜଣ ଗିରଫ ହୋଇଥିବା ଜଣାଯାଇଛି । ଏହି ରାକେଟ ୧୦୦ କୋଟି ଟଙ୍କା ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳପଦ ପାଇଁ ଅଫର ଦେଉଥିବା ସିବିଆଇ କହିଛି। ଏମିତି ଟଙ୍କା କାରବାର ହେଉଥିବା ବେଳେ ଅଭିଯୁକ୍ତଙ୍କୁ ରେଡ ହ୍ୟାଣ୍ଡେଡ୍‌ ଧରିଛି ସିବିଆଇ। ସେହି ଅଭିଯୁକ୍ତମାନେ ରାଜ୍ୟପାଳ ପଦ ପାଇଁ ୧୦୦ କୋଟି ଟଙ୍କରା ଅଫର ଦେଉଥିବା ସିବିଆଇ କହିଛି। ଗତ କିଛି ଦିନ ହେବ ଏହି ଅଭିଯୁକ୍ତଙ୍କ ଉପରେ ସିବିଆଇ ନିଘା ରଖିଥିଲା। ସେମାନଙ୍କ ଫୋନ୍‌କଲ ଟ୍ୟାପିଂ ଏବଂ ଅନ୍ୟାନ୍ୟ ଗତିବିଧି ପରେ ସିବିଆଇ ନଜର ରଖିଥିଲା।

ଅଭିଯୋଗ ଅନୁଯାୟୀ ପ୍ରେମକୁମାର ବଂଦଗାର ନିଜକୁ ଜଣେ ସିବିଆଇ ଅଫିସର ଭାବେ ପରିଚୟ ଦେବା ସହ ତାଙ୍କର ଦେଶର ବିଭିନ୍ନ ଉଚ୍ଚ ପଦସ୍ଥ ଅଫିସର ମାନଙ୍କ ସହିତ ସମ୍ପର୍କ ଅଛି ବୋଲି କହି ଆସୁଥିଲେ । ଅନ୍ୟାନ ସହଯୋଗୀ ମାନଙ୍କୁ ବେଆଇନ କାର୍ଯ୍ୟ କରି ମୋଟା ଅଙ୍କର ଟଙ୍କା ହଡପ କରିବାକୁ ମତାଇଥିଲେ । ସେମାନେ ଧନୀ ଲୋକଙ୍କୁ ଠାବ କରି ରାଜ୍ୟସଭା ସିଟ, ରାଜ୍ୟପାଳ ପଦଵୀ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ସଂସ୍ଥାରେ ଉଚ୍ଚପଦସ୍ଥ ଅଧିକାରୀ ପଦ ଯୋଗାଇ ଦେବାକୁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିଲେ । ସିବିଆଇକୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି କାମ ପାଇଁ ସେ ବରିଷ୍ଠ ଅଧିକାରୀ କିମ୍ବା ରାଜନୀତିଜ୍ଞ ମାନଙ୍କ ସହିତ ସମ୍ପର୍କ ଅଛି ବୋଲି ମିଛରେ କହି ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା ଠକି ନେବାକୁ ଦୀର୍ଘ ଦିନ ହେବ ଯୋଜନା କରୁଥିଲେ । ଖାଲି ସେତିକି ନୁହେଁ ପ୍ରେମ କୁମାର ବଂଦଗାର ବିଭିନ୍ନ ସମୟରେ ମିଛ ପରିଚୟ ଦେଇ ପୋଲିସ ତଦନ୍ତକୁ ପ୍ରଭାବିତ କରିଆସିଛନ୍ତି ।

Also Read  NCB arrests 4 more in cruise ship drug bust case; two from Odisha's Rourkela