ନିଜ ସରକାରରେ ଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ନେଇ ମୁହଁ ଖୋଲିଲେ ମମତା, କହିଲେ କିଛି ଏପରି…

0
342
cm-mamata-banerjee-sacks-minister-partha-chatterjee

କୋଲକାତା: ନିଜ କ୍ୟାବିନେଟମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷା ନିଯୁକ୍ତି ସ୍କାମରେ ଗିରଫ ହେବା ପରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ‌ଖୋଲିଛନ୍ତି। ମମତା କହିଛନ୍ତି କି, ଯଦି ପାର୍ଥ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ହେଲେ ମୋର କିଛି ଯାଏ ଆସ ନାହିଁ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଦୁର୍ନୀତିକୁ ସମର୍ଥନ କରେ ନାହିଁ କି କୌଣସି ଭୁଲ କାମକୁ ପସନ୍ଦ କରେ ନାହିଁ। ଦିନେ ପାର୍ଥ ଚାଟାର୍ଜୀ ମମତାଙ୍କ ଅତି ଖାସ୍‌ ସହଯୋଗୀ ଥିବା ବେଳେ ଆଜି ମମତା ତାଙ୍କଠାରୁ ମୁହଁ ମୋଡ଼ିନେଇଛନ୍ତି।

ଏହି ଘଟଣାକୁ ନେଇ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା। ତେବେ ଯଦି ଏଜେନ୍ସିମାନଙ୍କୁ ବ୍ୟବହାର କରି ବିଜେପି ମୋ ପାର୍ଟି ଭାଙ୍ଗିଦେବାକୁ ଚାହୁଁଛି ତେବେ ତାହା ହେଇପାରିବନି ବୋଲି ମମତା କହିଛନ୍ତି।

ମମତା କହିଛନ୍ତି ” ଯଦି କେହି ଦୋଷୀ ସାବ୍ୟସ୍ତ ହେବେ ତେବେ ସେ ଦଣ୍ଡିତ ହେବା ନିହାତି ଦରକାର। କିନ୍ତୁ ମୋ ବିରୋଧରେ କୌଣସି ପ୍ରକାରର ଷଡଯନ୍ତ୍ରକୁ ମୁଁ ନିନ୍ଦା କରୁଛି। କିନ୍ତୁ ଠିକ୍ ସମୟରେ ସତ ନିହାତି ପଦାକୁ ଆସିବା ଦରକାର।”

Also Read  ବହୁ ଚର୍ଚ୍ଚିତ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ