ଭୁବନେଶ୍ବର ଓ କଟକ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ : ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ ଧାରଣା

0
737
ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ବର ଓ କଟକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଠିକ୍ ସେହିପରି ରାଜ୍ୟର ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଭୁବନେଶ୍ବରରେ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଧାରଣାରେ ବସିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ କଂଗ୍ରେସ ପକ୍ଷରୁ ସମସ୍ତ ଏସ୍ପି କାର୍ଯ୍ୟାଳୟ ଘେରାଉ କରାଯାଉଥିବା ନେଇ ବୋଲି ପିସିସି ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଅନୁଷ୍ଠିତ ହେଉଛି।

କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାରେ ପୂର୍ବରୁ ରାଜ୍ୟ କଂଗ୍ରେସର ନେତୃବୃନ୍ଦ ଏକାଠି ହୋଇ ଏହାର ତୀବ୍ର ନିନ୍ଦା କରିଛନ୍ତି। କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଗତ ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ କହି ଆସୁଛନ୍ତି ଆଇନ ତା’ ବାଟରେ ଯିବ। ଆଇନର ତଦନ୍ତକୁ ବାଟବଣା କରି ଗୃହ ରାଜ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଛାତ୍ର କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା କର୍ମୀଙ୍କୁ ପୁଲିସର ଆକ୍ରମଣ ନିନ୍ଦନୀୟ। ପୁଲିସ ନିଜର ସୀମା ଅତିକ୍ରମ କରି କଂଗ୍ରେସ ଭବନରେ ପଶି ଆକ୍ରମଣ କରିବା ଦଣ୍ଡନୀୟ ଅପରାଧ। ସ୍ବାଧୀନତା ଆନ୍ଦୋଳନ ବେଳେ କଂଗ୍ରେସର ଲକ୍ଷାଧିକ କର୍ମୀ ବ୍ରିଟିସ ପୁଲିସର ଗୁଳିକୁ ଡରି ନ ଥିଲେ। ଏବେ ମଧ୍ୟ ପୁଲିସର ଲାଠିମାଡ଼କୁ ଡରିବେ ନାହିଁ। ବରଂ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।

Also Read  Rahul launches election campaign in Northeast