ଝିଅଙ୍କ ବିବାହ ବୟସ ବଢ଼ିଲା : କ୍ୟାବିନେଟ ଅନୁମୋଦନ କଲା, କେତେ ବୟସ ହେଲା ଜାଣନ୍ତୁ ?

0
503
Childline Odisha Foils MP Man's Attempt To Marry A Minor Girl In Cuttack City
Childline Odisha Foils MP Man's Attempt To Marry A Minor Girl In Cuttack City

ନୂଆଦିଲ୍ଲୀ: ଝିଅମାନଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଆଗତ ପ୍ରସ୍ତବାକୁ ବୁଧବାର ଦିନ କ୍ୟାବିନେଟ୍‌ ପାରିତ କରିଥିବା ରିପୋର୍ଟ ବିଶେଷସୂତ୍ରରୁ ମିଳିବା ସହ କେତେକ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।

ନୀତି ଆୟୋଗଦ୍ବାରା ଗଠିତ ‘ଟାସ୍କ୍‌ ଫୋର୍ସ’ ମାତୃତ୍ବର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ବ ସ୍ତରରେ ଉନ୍ନତି ଏବଂ ସେଭଳି ସମସ୍ୟାଗୁଡ଼ିକୁ ପରୀକ୍ଷା କରିବା ପରେ କରିଥିବା ସୁପାରିସ ଭିତ୍ତିରେ ଏହି ପ୍ରସ୍ତାବ ଆଧାରିତ। ଉକ୍ତ ‘ଟାସ୍କ୍‌ ଫୋର୍ସ’ର ମୁଖ୍ୟ ହେଉଛନ୍ତି ଜୟା ଜେଟ୍‌ଲୀ। ଏଥିରେ ଶିଶୁରୋଗ ବିଶେଷଜ୍ଞ ଭି.କେ. ପଲ୍‌ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

ପ୍ରଥମ ଶିଶୁ ଜନ୍ମ କରିବା ପାଇଁ ଝିଅମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ହେବା ଉଚିତ ବୋଲି ଟାସ୍କ୍‌ ଫୋର୍ସ କହିଥିଲା। ଏହାଛଡ଼ା, ବିବାହରେ ବିଳମ୍ବ ହେଲେ, ଆର୍ଥିକ, ପରିବାରର ସାମାଜିକ ଏବଂ ସ୍ବାସ୍ଥ୍ୟ, ମହିଳା, ଶିଶୁ ଏବଂ ସମାଜ ଉପରେ ସୁପ୍ରଭାବ ପଡ଼ିବ ବୋଲି ମଧ୍ୟ ଟାସ୍କ୍‌ ଫୋର୍ସ କହିଥିଲା।

ଝିଅମାନଙ୍କର ବିବାହ ବୟସ ବୃଦ୍ଧି ସଂକ୍ରାନ୍ତରେ ୨୦୨୦ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌କିଲ୍ଲାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ।

ସମ୍ପ୍ରତି ପୁଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଏବଂ ଝିଅମାନଙ୍କ ୧୮ ରହିଛି। ପାରିତ ହୋଇଥିବା ନୂଆ ପ୍ରସ୍ତାବକୁ ଆଇନ କରିବା ଲାଗି ସରକାର ‘ପ୍ରୋହିବିସନ୍‌ ଅଫ୍‌ ଚାଇଲ୍‌ଡ୍‌ ମ୍ୟାରେଜ୍‌ ଆକ୍ଟ’, ‘ସ୍ପେସାଲ୍‌ ମ୍ୟାରେଜ୍‌ ଆକ୍ଟ୍‌’ ଏବଂ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ୍‌’ଗୁଡ଼ିକୁ ସଂଶୋଧନ କରିବେ।

Also Read  ରାଜ୍ୟରେ ପୁଣି ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ : ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା