ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶରେ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

0
143
Agnipath: Centre Announces Concessions; But Protesters Demand Scrapping Of The Scheme
Agnipath: Centre Announces Concessions; But Protesters Demand Scrapping Of The Scheme

ବିହାର: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିଭିନ୍ନ ରାଜ୍ୟରେ ବିରୋଧ । ଅଗ୍ନିପଥ ଯୋଜନାକୁ ନେଇ ବିରୋଧର ସ୍ୱର ଧୀରେ ଧୀରେ ହିଂସାର ରୂପ ନେଇଛି। କ୍ରମାଗତ ଦ୍ୱିତୀୟ ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରର ଏହି ଯୋଜନାକୁ ବିରୋଧ କରାଯାଇଛି । ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ ଆନ୍ଦୋଳନକାରୀ ଟ୍ରେନକୁ ଟାର୍ଗେଟ କରିଛନ୍ତି। ଛାପ୍ରା ଜଙ୍କସନ ନିକଟରେ ବିକ୍ଷୋଭକାରୀ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା।

ସେହିପରି ଜେହନାବାଦ ରେଲୱେ ଷ୍ଟେସନ ନିକଟରେ ମଧ୍ୟ ଆନ୍ଦୋଳନକାରୀ ପୋଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି। ଆରା ଷ୍ଟେସନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ମାଡ଼ କରିଛି ପୋଲିସ।

ତେବେ ପ୍ରଦର୍ଶନ କରୁଥିବା ଯୁବକଙ୍କ କହିବାନୁସାରେ, ଆମେ ହତାଶ ଯେ ଆମର ଫିଜିକାଲ କ୍ଲିୟର ହେବା ପରେ ମଧ୍ୟ ୨ ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳୁନାହିଁ। କିନ୍ତୁ ଏବେ ସରକାର ନୂଆ ସ୍କିମ୍‌ ଆଣୁଛନ୍ତି, ଯାହା ଆମ ପାଇଁ ଅନ୍ୟାୟ। ଏଣୁ ଆମେ ଏହାକୁ ବିରୋଧ କରୁଛୁ।

ଅଗ୍ନିପଥ ଯୋଜନା କ’ଣ:

ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି। ନୂଆ ଜୋଶ ଓ ଜଜ୍‌ୱା ସହ ସେନା ନୂଆ ରୂପ ପାଇବ। ଅଗ୍ନିବୀର ନିଯୁକ୍ତି ହେବ। ଏହି ଯୋଜନାକୁ ଓ୍ଵିନ୍‌, ଓ୍ଵିନ୍‌, ଓ୍ଵିନ୍‌ ବା ଟ୍ରିପଲ୍‌ ଓ୍ଵିନ୍‌ ବୋଲି ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଡି. କେ. ପଟ୍ଟନାୟକ କହିଥିଲେ।

ତେବେ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଚାକିରି ଅବଧି ୪ ବର୍ଷ ରହିବ। ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ। ୯୦ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ରାଲି। ଆବେଦନ କାରୀଙ୍କ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ରହିଛି। ଅଗ୍ନିବୀରମାନଙ୍କୁ ମାସିକ ୩୦ ହଜାରରୁ ୪୦ ଟଙ୍କାର ବେତନ ମିଳିବ। ୪ ବର୍ଷ ଚାକିରି ପରେ ୨୫ ପ୍ରତିଶତ ଯୋଗ୍ୟ ଓ ନିପୁଣ ଅଗ୍ନିବୀରଙ୍କୁ ସେନାରେ ପୁଣି ୧୫ବର୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Also Read  ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ

LEAVE A REPLY

Please enter your comment!
Please enter your name here