ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି !

0
610
Odisha SEC Revises Expenditure Limit Ahead Of Urban Poll
Odisha SEC Revises Expenditure Limit Ahead Of Urban Poll

ବିଭିନ୍ନ ଜିଲ୍ଲାକୁ ପଠାଗଲା ଇଭିଏମ ମେସିନ୍

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆସନ୍ତା ମାର୍ଚ୍ଚ ୧୧ତାରିଖରେ ପଞ୍ଚାୟତ ସମିତି ସ୍ତରୀୟ ନିର୍ବାଚିତ ପ୍ରିତିନିଧି ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ। ସେଥିପାଇଁ ଡିସେମ୍ବର ଶେଷ ସପ୍ତାହରେ ତାରିଖ ଘୋଷଣା ହେବା ସହ ଫେବ୍ରୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ନିର୍ବାଚନ ସରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏହା ପରେପରେ ପୌର ନିର୍ବାଚନ କରାଇବାକୁ ନିର୍ବାଚନ କମିସନ୍ ପ୍ରସ୍ତୁତି କରୁଛନ୍ତି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ମିଳିଥିବା କିଛି ଦୃଶ୍ୟ ସ୍ପଷ୍ଟ ସଂକେତ ଦେଉଛି। ଜିଲ୍ଲାଗୁଡ଼ିକୁ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ଇଭିଏମ ଓ ଅନ୍ୟାନ୍ୟ ନିର୍ବାଚନୀ ଉପକରଣ ପଠାଇବା କାମ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ବାଲଟବକ୍ସରେ ହେଉଥିବା ବେଳେ ଇଭିଏମ ପଠାଇବା ପ୍ରକ୍ରିୟାରୁ ଜଣାପଡୁଛି ଯେ, ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ୍।

ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି। ଗତକାଲି ମଧ୍ୟ ୫ଟି ଜିଲ୍ଲାକୁ ଯାଇଛି ଇଭିଏମ।ରାଜ୍ୟର ୧୦୫ ପୌରାଞ୍ଚଳରେ ନିର୍ବାଚନ ହେବାକୁ ଅଛି। ଏହାସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବାର ଅଛି। ତେବେ ଆଇନଗତ ପ୍ରକ୍ରିୟା କାରଣରୁ ସମ୍ବଲପୁର ଓ ରାଉରକେଲାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ସୂଚନା ମିଳିଛି।

Also Read  Odisha: 585 new Covid +Ve Cases; 5909 Active Cases