ଡାକ୍ତର ସୁମିତ ଜାରି କଲେ ଅଡିଓ ଟେପ୍ : କ’ଣ କହିଲେ ଜାଣନ୍ତୁ ?

0
841

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁବିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । କହିଲେ ଡିମ୍ପଲ ମୋତେ ବରବାଦ କରିଦେଲେ ।

ସୁମିତ ଫେରାର ହୋଇଯାଇଥିବା ନେଇ ଡିମ୍ପଲ ଅଭିଯୋଗ କରୁଥିବା ବେଳେ ଅଡିଓ ମେସେଜରେ ଏହାର ବଜାବ ରଖିଛନ୍ତି ସୁମିତ । ସେ କୁଆଡେ ପଳାଇ ଯାଇନଥିବା କି ଫେରାର ହୋଇ ନଥିବା ସୁମିତ କହୁଥିବା ଶୁଣିବାକୁ ମିଳୁଛି ।  ‘ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ।’

ଗତ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ ନିଜର ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏଥିରେ ସୁମିତ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଭଡ଼ା ଘର ଖୋଜୁଛନ୍ତି ବୋଲି କହିଛନ୍ତି।

ସେ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି, ମିଡିଆ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ ନ କରନ୍ତୁ। ଲୋକଙ୍କ ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ମିଡିଆ ଆଗରେ ସେମିତି କିଛି କୁହନ୍ତୁ ନାହିଁ। ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜିଏମ୍ କୋର୍ଟ ତପସ୍ୱିନୀଙ୍କ ପିଟିସନ ଉପରେ ଶୁଣାଣି କରି ଉଭୟ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ ତାରିଖ ସକାଳେ ଡାକ୍ତର ସୁମିତ ବାଲିସିରା ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଦିନିର ଛୁଟି ଆବେଦନ କରି କୁଆଡ଼େ ପଳାଇ ଯାଇଥିଲେ। ଏହାପରେ ଏବେ ସୁମିତ ଆଉ ୮ ଦିନ ଅଧିକ ଛୁଟି ମାଗିଛନ୍ତି।

Also Read  KIIT-KISS and UNESCO MGIEP Join Hands to Advance the SDG Goals