ଦିଲ୍ଲୀ ରେ ଆଉ ୧୦ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ; ଦେଶରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୯୦

0
678
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଡ଼ିସେମ୍ବର ୧୭
ଦିଲ୍ଲୀରେ ଗୁରୁବାର ଦିନ ଓମିକ୍ରନ୍ କୋଭିଡ୍ -19 ଭାରିଆଣ୍ଟର ୧୦ ଟି ନୂଆ ମାମଲା ସାମ୍ନା କୁ ଆସିଛି I ଏହାକୁ ମିଶାଇ ଦିଲ୍ଲୀ ରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି ବୋଲି ଜୈନ ସୂଚନା ଦେଇଛନ୍ତି।

ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଅଧିକାଂଶ ଯାତ୍ରୀ ଙ୍କ ରିପୋର୍ଟ ପଜିଟିଭ ଆସୁ ଥିବାରୁ, ଦିଲ୍ଲୀ ସରକାର ଓମିକ୍ରନ୍ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ଶଯ୍ୟା ସଂଖ୍ୟାକୁ ୧୦୦ କୁ ବୃଦ୍ଧି କରିଛନ୍ତି।

ଭାରତରେ ଏପର୍ଯ୍ୟନ୍ତ ମୋଟ ୯୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ୩୨ ଟି ମାମଲା ମହାରାଷ୍ଟ୍ରରେ ଚିହ୍ନଟ ହେଇଛି I

କର୍ଣ୍ଣାଟକ, ଗୁଜୁରାଟ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ରେ ଓମିକ୍ରନ୍ ରୋଗୀ ଚିହ୍ନଟ ହେଇଛନ୍ତି I

ବିଶ୍ୱରେ, ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଓମିକ୍ରନ୍ ରୋଗୀ ବ୍ରିଟେନ ରେ ଚିହ୍ନଟ ହେଇଛନ୍ତି I ବ୍ରିଟେନ ରେ ୧୧, ୭୦୮ ଜଣ ଏଥିରେ ଆକ୍ରାନ୍ତ ହେଇଥିବା ବେଳେ ୯,୦୦୯ ରୋଗୀଙ୍କ ସହ ଡେନମାର୍କ ଦ୍ଵିତୀୟ ରେ ରହିଛି।

Also Read  Centre Extends Insurance Scheme For Health Care Workers