ବାରହା ମାଂସ ପାଇଁ ବନ କର୍ମଚାରୀ ହଟହଟା : କେଉଁଠି ଜାଣନ୍ତୁ ?

0
780
ବାରହା ମାଂସ ପାଇଁ ବନ କର୍ମଚାରୀ ହଟହଟା
ବାରହା ମାଂସ ପାଇଁ ବନ କର୍ମଚାରୀ ହଟହଟା

ଆସିକା : ବାରାହା ମାଂସ ପାଇଁ ଲୋକମାନଙ୍କ ମଧ୍ୟରେ ଚାଲିଥିଲା ଭାଗବଣ୍ଟା। ଏହି ସମୟରେ ବନ ବିଭାଗ କର୍ମଚାରୀ ମାଂସ ଜବତ ପାଇଁ ପହଞ୍ଚି ହଟହଟା ହୋଇଛନ୍ତି। ବନ ବିଭାଗ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭଙ୍ଗାରୁଜା କରିଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳର କୁଶପଲ୍ଲୀ ଗାଁରେ।

ଗତକାଲି କୁଶପଲ୍ଲୀ ଗାଁରେ ବାର଼ହାକୁ ମାରି ମାଂସ ବିକ୍ରି କରୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଏକ ଅଟୋ ଧରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ।ବାରହା ମାଂସ ବିକ୍ରି ପାଇଁ ଲୋକଙ୍କ ମଧ୍ୟରେ ଭାଗ ଵଣ୍ଟା ଚାଲିଥିବା ବେଳେ ଵନ ବିଭାଗ କର୍ମଚାରୀ ଏହାକୁ ରୋକିଥିଲେ ଓ ମାଂସ ଜବତ କରିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁର ପ୍ରାୟ ୪୦  ଜଣ ଲୋକ  ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।ଏହା ସହିତ ବନ କର୍ମଚାରୀ ନେଇଥିବା ଅଟୋକୁ ଭଙ୍ଗା ରୁଜା କରିଥିଲେ। ଏହାସହ

ଗାଡି ଡ୍ରାଇଭରକୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିଲେ।  ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ବନ ବିଭାଗ କର୍ମଚାରୀ ସେଠାରୁ ପଳାଇ ଆସିଥିଲେ।ପରେ  ଗ୍ରାମବାସୀ  ଅଟୋଟି ଭଙ୍ଗାରୁଜା କରିବା ସହ ବନ କର୍ମଚାରୀ ଜବତ କରିଥିବା ମାଂସକୁ ଛଡ଼ାଇ ନେଇଥିଲେ।

Also Read  CM Majhi Gets Singapore Interested in Odisha