ଧରା ହେଲେ କୁକୁରଛୁଆ ମାରୁଥିବା ୨ ହନୁମାଙ୍କଡ଼ : ନାଗପୁର ଅରଣ୍ୟରେ ଛଡ଼ା ହେବେ

0
555
ଧରା ହେଲେ କୁକୁରଛୁଆ ମାରୁଥିବା ୨ ହନୁମାଙ୍କଡ଼
ଧରା ହେଲେ କୁକୁରଛୁଆ ମାରୁଥିବା ୨ ହନୁମାଙ୍କଡ଼

ନାଗପୁର: କୁକୁରଛୁଆଙ୍କୁ ମାରୁଥିବା ଦୁଇଟି ହନୁମାଙ୍କଡ଼ଙ୍କୁ ନାଗପୁର ବନ ବିଭାଗର କର୍ମଚାରୀମାନେ ଧରିଥିବା କଥା ଶନିବାର ଦିନ ବୀଡ୍‌ ବନ ଅଧିକାରୀ ସଚିନ କଣ୍ଡ କହିଛନ୍ତି।  ବୀଡ୍‌ରୁ ଧରା ପଡ଼ିଥିବା ହନୁମାଙ୍କଡ଼ ଦୁଇଟାଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇ ନିକଟସ୍ଥ ଅରଣ୍ୟରେ ଛାଡ଼ି ଦିଆଯିବ।

ସୂଚନାଯୋଗ୍ୟ, ଗତ ୩ ମାସ ହେବ ହନୁମାଙ୍କଡ଼ମାନେ ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲା ଅନ୍ତର୍ଗତ ମଜାଲଗାଓଁ ଅଞ୍ଚଳରେ ପ୍ରାୟ ୮୦ ସରିକି କୁକୁରଛୁଆଙ୍କୁ ଗଛ ଅଗରୁ କିଂବା ଉଚ୍ଚ କୋଠାଘରୁ ତଳକୁ ପକାଇ ମାରି ପକାଇଛନ୍ତି ବୋଲି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହୁଛନ୍ତି। ମଜାଲଗାଓଁ ଅନ୍ତର୍ଗତ ଲାବୁଲ୍‌ ଗାଁ କୁକୁରଛୁଆଶୂନ୍ୟ ହୋଇଯିବାରୁ ଗ୍ରାମବାସୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୋଟାଏ ହନୁ ମାଙ୍କଡ଼ଛୁଆକୁ ଦଳେ ବୁଲା କୁକୁର ଝୁଣି ମାରିପକାଇବାରୁ ଲାବୁଲ୍‌ ଗାଁରେ ହନୁମାଙ୍କଡ଼ ଏବଂ କୁକୁରମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା।

ଏମିତିରେ ତ କୁକୁର ଓ ମାଙ୍କଡ଼ ସହଜାତ ଶତ୍ରୁ। ପୁଣି ଛୁଆ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ହନୁମାଙ୍କଡ଼ମାନେ କୁକୁରମାନଙ୍କ ଉପରେ ଅହନ୍ତା ରଖିଲେ ଓ ସୁଯୋଗ ଉଣ୍ଡି କୁକୁରଛୁଆଙ୍କୁ ଉଠାଇ ନେଇ ଗଛ ଅଗ କିଂବା ଉଚ୍ଚ କୋଠାଘରୁ ତଳକୁ ପକାଇ ମାରିଲେ। ଏଥିରେ ବାଧା ଦେଉଥିବା ଲୋକମାନଙ୍କୁ ମଧ୍ୟ ହନୁମାଙ୍କଡ଼ମାନେ ଆକ୍ରମଣ କରି ଖଣ୍ଡିଆଖାବରା କରିପକାଇଲେ। ସ୍କୁଲ୍‌ ପିଲାମାନେ ମଧ୍ୟ ହନୁମାଙ୍କଡ଼ଙ୍କ ଠାରୁ ନିସ୍ତାର ପାଉ ନ ଥିଲେ।

Also Read  ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ବଡ ପରଦାରେ ଏକାଠି ନଜର ଆସିବେ କରନ ଅର୍ଜୁନ