ସରପଞ୍ଚ ପ୍ରାର୍ଥୀ ପାଇଲେ ଗୋଟିଏ ଭୋଟ୍‌ : ନିଜ ଘର ଲୋକ ବି ଦେଲେନି, କେଉଁଠି ଜାଣନ୍ତୁ ?

0
310
ସରପଞ୍ଚ ପ୍ରାର୍ଥୀ ପାଇଲେ ଗୋଟିଏ ଭୋଟ୍‌
ସରପଞ୍ଚ ପ୍ରାର୍ଥୀ ପାଇଲେ ଗୋଟିଏ ଭୋଟ୍‌

ଗାନ୍ଧିନଗର: କେହି ଦେଲେନି। ଏପରିକି ନିଜ ଲୋକେ ମଧ୍ୟ ଧୋକା ଦେଦେଲେ। ମାତ୍ର ଗୋଟିଏ ଭୋଟ୍ ପାଇଲେ ପ୍ରାର୍ଥୀ। ଗୁଜୁରାଟର ଭାପି ଜିଲ୍ଲାର ଜଣେ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ​​କେବଳ ଗୋଟିଏ ଭୋଟ୍ ପାଇଛନ୍ତି। ସେ କେବଳ ନିଜ ଭୋଟ ପାଇଛନ୍ତି।

ଭାପି ଜିଲ୍ଲାର ଚାରୱାଲା ଗ୍ରାମରେ ସରପଞ୍ଚ ପଦ ପାଇଁ ସନ୍ତୋଷ ହାଲପାଟି ପ୍ରତିଦ୍ୱନ୍ଦିତା କରୁଥିଲେ। ହେଲେ ପରିବାରର ୧୨ ଜଣ ସଦସ୍ୟ ଥିବା ସତ୍ତ୍ୱେ ତାଙ୍କ ସପକ୍ଷରେ କେହି ଭୋଟ୍ ଦେଇ ନଥିଲେ। ଫଳାଫଳ ଶୁଣିବା ପରେ ଗଣତିକେନ୍ଦ୍ରରେ ନିରାଶ ହୋଇପଡ଼ିଥିଲେ।

ଏମିତିକି ନିଜ ଲୋକ ଭୋଟ ନଦେବା ତାଙ୍କୁ ବ୍ୟଥିତ କରିଛି।  ଅନ୍ତତଃପକ୍ଷେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କ ପରିବାରର ୧୨ ଜଣ ତାଙ୍କୁ ଭୋଟ୍ ଦେବେ ବୋଲି ସେ ଆଶା ବାନ୍ଧିଥିଲେ। ସନ୍ତୋଷ କହିଛନ୍ତି ଯେ, ସ୍ଥାନୀୟ ନିର୍ବାଚନରେ ​​ସେ ହାରିଯାଇଥିବାରୁ ସେ ଦୁଃଖିତ ନୁହନ୍ତି। ହେଲେ ନିଜ ପରିବାରର ଳୋକେ ତାଙ୍କୁ ଭୋଟ ନଦେବାରୁ ତାଙ୍କୁ ଭାରି ବାଧିଛି।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଗୁଜରାଟ ନିର୍ବାଚନ କମିଶନ ରାଜ୍ୟରେ ୮,୬୮୬ ଗ୍ରାମପଞ୍ଚାୟତରୁ ୬,୪୮୧ଟିରେ ଫଳାଫଳ ଘୋଷଣା କରିଛି।  ଦୁଇ ଦିନ ପୂର୍ବରୁ ଗୁଜରାଟରେ ପଞ୍ଚାୟତ ନିର୍ବାଚନ ହୋଇଥିଳା । ପଞ୍ଚାୟତ ନିର୍ବାଚନୀରେ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା ହୋଇନଥାଏ। ପ୍ରାର୍ଥୀମାନେ ବ୍ୟକ୍ତିଗତ ଭାବେ ନିଜ ଚିହ୍ନରେ ଭୋଟ ଲଢ଼ିଥାନ୍ତି।
Also Read  ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି