କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ : ଆସିଲା ଗାଇଡଲାଇନ୍‌, କେଉଁଠି ଜାଣନ୍ତୁ ?

0
764
କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ
କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ

ଭୁବନେଶ୍ୱର : ଆଉ ଦିନକ ପରେ ବଡ଼ ଦିନ ତଥା ଖ୍ରୀଷ୍ଟମାସ । ଏହି ପର୍ବକୁ ଜାକଜମକରେ ପାଳନ କରିବାକୁ ଲୋକେ ଅନାଇ ବସିଥିବା ବେଳେ ଏଥିରେ ପାଣି ପକାଇ ଦେଇଛି ଓମିକ୍ରନ୍‌। ଖ୍ରୀଷ୍ଟମାସ ପାଳନ କରିବାକୁ ଅନୁମତି ମିଳିଛି ହେଲେ ତାହା କଟକଣା ଭିତରେ ରହିବ ।  ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଏବେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ କଟକଣା ଲଗାଇଛନ୍ତି  ବିଏମ୍‌ସି କମିଶନର ସଞ୍ଜୟ ସିଂ ।

ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି, କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରାଯିବ। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ନୂଆବର୍ଷ ପାଇଁ ରାଜ୍ୟ ସରକାର   ଲାଗୁ କରିଥିବା କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ହେବାକୁ ଥିବାରୁ ଏହି ଅବସରରେ ଗହଳି ଏଡ଼ାଇବାକୁ ତଥା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଅଛି। ତଥାପି ଏବେଠୁ ବିଏମସି ସତର୍କତାମୂଳକ ପଦକ୍ଷେପ ନେଉଛି। ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏବେ ସୁଦ୍ଧା ଭୁବନେଶ୍ୱରରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।
Also Read  କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ: ଆଧାର ଅପବ୍ୟବହାର ସମ୍ପର୍କିତ ଆଡଭାଇଜରୀ କଲେ ପ୍ରତ୍ୟାହାର