ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ : ଫୁଲବାଣୀ ସବୁଠାରୁ ଥଣ୍ଡା ସହର

0
691
୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ
୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ

ଭୁବନେଶ୍ବର: ଗତ ରାତ୍ରରେ ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। ଅପରପକ୍ଷରେ କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।

୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୮.୮, କେନ୍ଦୁଝର ୮.୬, ଦାରିଙ୍ଗବାଡ଼ି ୭.୫, କୋରାପୁଟ ୯.୬ , ସୁନ୍ଦରଗଡ଼ ୭.୫, ଫୁଲବାଣୀ ୬.୫, ଟିଟଲାଗଡ଼ ୮.୩, ଭବାନୀପାଟଣା ୯.୦, ସୋନପୁର ୮.୨ ଡିଗ୍ରି, ହୀରାକୁଦ୯.୫, ଓ ବୌଦ୍ଧ ୯.୦ ଡିଗ୍ରି ସେଲସିଅସ୍।

ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ଗତ ସପ୍ତାହେ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।

Also Read  State Government to open Amenity centres for tourists