ସାଟେଲାଇଟ୍ ସର୍ଭେ ଯୋଗୁ ୨୬ ହଜାର ଭୂତ ଚାଷୀ ଧରାପଡ଼ିଛନ୍ତି

0
512
ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ୱର: ଟୋକନ ବ୍ୟବସ୍ଥା ଓ ଟେକନୋଲୋଜି ଦ୍ବାରା ଆଜି ସୁଦ୍ଧା ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି ବୋଲି ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନର ଧାନ ସଂଗ୍ରହ ଆଜି ସୁଦ୍ଧା କରାଯାଇଛି। ଯେଉଁଥିରେ ୧ ଲକ୍ଷ ୫୦ ହଜାର ୨୭୩ ଚାଷୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରହିଛନ୍ତି। ବର୍ଷା ଓ ପାଣିପାଗର ଅବ୍ୟବସ୍ଥା ଯୋଗୁ ଧାନକଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି। ଧାନକିଣା ସମ୍ପୂର୍ଣ୍ଣ ଭାବେ ସୁଚାରୁ ରୁପେ ହେବ। ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ। ସେଥିପାଇଁ ଆମ ବିଭାଗ ସଚେତନ ଅଛି ।

ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ। ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି। ଏହା କରିବା ଦ୍ୱାରା ଆମେ ୧୬୦୦ କୋଟି ଟଙ୍କା ବଞ୍ଚାଇଛୁ। ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ମିଲର ଛଡ଼ା ଆଉ କିଏ ମିଲର ଅଛନ୍ତି ମୁଁ ଜାଣେ ନାହିଁ। ମିଲରମାନେ ମୋ ଦୁଆରମୁହଁକୁ ଆସନ୍ତି ନାହିଁ ବୋଲି କହି ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ମନ୍ତ୍ରୀ। ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଅଛି ଆଣନ୍ତୁ, ବିଭାଗ ସବୁ ଶୁଣିବ।

Also Read  Global Crude oil price of Indian Basket was US$ 50.76 per bbl on 16.03.2017