ବଡ଼ଦିନ ଓ ନୂଆବର୍ଷ ଲାଗି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ : ଜାଣନ୍ତୁ କେଉଁଥିରେ ଲାଗିଲା କଟକଣା ?

0
539
ନୂଆବର୍ଷ ଲାଗି କଟକଣା
ନୂଆବର୍ଷ ଲାଗି କଟକଣା

ଭୁବନେଶ୍ୱର: କେରାନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବା ଭିତରେ ରାଜ୍ୟ ସରକାର ବଡଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଚଳିତ ମାସ ୨୫ ତାରିଖ ଠାରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ହେବ। ତେବେ ରାଜ୍ୟ ସରକାର ନୂଆ ଗାଇଡଲାଇନରେ ବାହାଘରକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ରୋକ ଲଗାଇଛନ୍ତି ସରକାର।

ସେହିଭଳି ବାହାଘର ହେଉଥିଲେ ମଧ୍ୟ ରିସେପସନ ପାର୍ଟି ଉପରେ କଟକଣା ଲଗାଯାଇଛି। ଅର୍ଥାତ କୋଭିଡ କଟକଣାରେ ବାହାଘର ହୋଇପାରିବ। କିନ୍ତୁ ଅତିଥି ମାନଙ୍କ ପାଇଁ ଭୋଜିଭାତ କରିପାରିବେ ନାହିଁ। ବାହାଘରକୁ ଅନୁମତି ମିଳିଥିଲେ ମଧ୍ୟ ଭୋଜିଭାତ ଉପରେ ରୋକ ଲଗାଯାଇଛି । କୌଣସି ସାମୁହିକ ଭୋଜି ଆୟୋଜନ ଉପରେ କଟକଣା ଲଗାଯାଇଥିବା ବେଳେ ବାହାଘରରେ ଭିଡ଼ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ZERO 1

ଅନ୍ତିମ ସଂସ୍କାର ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ବି ଏଥିରେ କୁହାଯାଇଛି। ତା’ଛଡ଼ା ଏହି ସମୟରେ ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ, ମ୍ୟୁନସିପାଲ କମିସନର୍, କଟକ- ଭୁବନେଶ୍ବର ପୁଲିସ୍ କମିସନରଙ୍କୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ବି ନିର୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ଅଧିକ କଟକଣା ଲଗାଇବାକୁ ବି ସେମାନଙ୍କୁ ଅନୁମତି ଦିଆଯାଇଛି।

ଅପରପକ୍ଷରେ ଜିରୋ ନାଇଟ୍ ସେଲିବ୍ରେସନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ କୌଣସି ପ୍ରକାରର କାର୍ଯ୍ୟକ୍ରମ କରିବାକୁ ବି ମନା କରାଯାଇଛି।ଜିରୋ ନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ନୂଆବର୍ଷ ପାଳନ ବନ୍ଦ ରହିବ।ଏହାବାଦ୍ ବଡଦିନ ଓ ନୂଆବର୍ଷ ପାଇଁ ଯେଉଁ ଗାଇଡଲାଇନ ଅଣାଯାଇଛି ସେଥିରେ କେବଳ ଚର୍ଚ୍ଚରେ ବଡଦିନ ପାଳିବାକୁ କୁହାଯାଇଛି ।ବଡଦିନ ପାଳନରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ । ପାର୍କ,କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ବାହାଘର ବ୍ୟତୀତ ଅନ୍ୟସବୁ ଉତ୍ସବ ଉପରେ ରୋକ୍ ଲଗାଯାଇଛି। ହେଲେ ରିସେପସନ୍ ଭୋଜିକୁ ବାରଣ କରାଯାଇଛି।

Also Read  Odisha witnesses 118% growth compared to year 2000 in milk production: Odisha CM

LEAVE A REPLY

Please enter your comment!
Please enter your name here