ପରିବେଶ ସୁରକ୍ଷାକୁ ଅଗ୍ରାଧିକାର : ପାରାଦୀପରେ ଏସାର ମିନମେଟର ପେଲେଟ ପ୍ଲାଣ୍ଟ ପାଇଁ ପ୍ରସ୍ତାବ

0
257
ପରିବେଶ ସୁରକ୍ଷାକୁ ଅଗ୍ରାଧିକାର
ପରିବେଶ ସୁରକ୍ଷାକୁ ଅଗ୍ରାଧିକାର
  • ପ୍ରକଳ୍ପ ପାଇଁ ୩,୩୪୭ କୋଟି ବିନିଯୋଗ ହେବ

  • ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟସେବାର ଉନ୍ନତି ନେଇ ଯୋଜନା

  • ବାର୍ଷିକ ୧୪ ମିଲିୟନ ଟନ ପେଲେଟ ଉତ୍ପାଦନ ଲକ୍ଷ୍ୟ

  • ଜଳବାୟୁ ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେବ କମ୍ପାନୀ

ଭୁବନେଶ୍ୱର : ଏସାର ମିନମେଟ ଲିମିଟେଡର ପ୍ରସ୍ତାବିତ ପେଲେଟ ପ୍ଲାଣ୍ଟ ପ୍ରକଳ୍ପ ପାରାଦୀପ ପୋର୍ଟ ଟ୍ରଷ୍ଟର ଇଣ୍ଡଷ୍ଟ୍ରିଆଲ ପାର୍କ ଭିତରେ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଗ୍ରୀନ ଫିଲ୍ଡ ପେଲେଟ ପ୍ଲାଣ୍ଟରୁ ବାର୍ଷିକ ୧୪ ମିଲିୟନ ମେଟ୍ରିକ ଟନ ପେଲେଟ ଉତ୍ପାଦନ କରାଯିବା ନେଇ ପ୍ରସ୍ତାବ ରହିଛି । କମ୍ପାନୀର ଯୋଜାନା ଅନୁସାରେ ପ୍ରସ୍ତାବିତ ପେଲେଟ ପ୍ଲାଣ୍ଟରୁ ଉଭୟ ବ୍ଲାଷ୍ଟ ଫର୍ନେସ ଗ୍ରେଡ ଏବଂ ଡାଇରେକ୍ଟ ରିଡକ୍ସନ ଗ୍ରେଡ ପେଲେଟ ଉତ୍ପାଦନ କରାଯିବ । ଯାହା ଅନ୍ତର୍ଜାତୀୟ ଏବଂ ଘରୋଇ ବଜାରରେ ବିକ୍ରି କରାଯିବ ।

ଏସାର ମିନମେଟ ଲିଃ. ପକ୍ଷରୁ ଦୁଇଟି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଗୋଟିଏ ହେଲା ବେନିଫିସିଏସନ ପ୍ଲାଣ୍ଟ ଏବଂ ଅନ୍ୟଟି ପେଲେଟ ପ୍ଲାଣ୍ଟ । ବେନିଫିସିଏସନ ପ୍ଲାଣ୍ଟକେନ୍ଦୁଝର ଜିଲ୍ଲାର ଟିକରପଡ଼ା ଓ କାଦଗଡ଼ା ଗାଁରେ ବସାଯିବା ନେଇ ପ୍ରସ୍ତାବ ରହିଛି । ସେହିପରି ପେଲେଟ ପ୍ଲାଣ୍ଟ ପାରାଦୀପରେ ହେବ । ଯେଉଁଥି ପାଇଁ ୪୦.୪୯ ହେକ୍ଟର ଖାଲି ଜମିର ଆବଶ୍ୟକତା ରହିଛି । ପ୍ରସ୍ତାବ ଅନୁସାରେ ଆଇରନ ଓର କନସେଣ୍ଟଟ୍ରେଟ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା କମ୍ପାନୀର ବେନିଫିସିଏସନ୍ ପ୍ଲାଣ୍ଟରୁ ସ୍ଲରି ପାଇପ୍‌ଲାଇନ ମାଧ୍ୟମରେ ପରିବହନ କରାଯିବ । ଜଳର ବ୍ୟବହାରକୁ କମ୍ କରିବା ପାଇଁ କମ୍ପାନୀ ପକ୍ଷରୁ ନୂଆ ଏକ ଜ୍ଞାନକୌଶଳର ଉପଯୋଗ କରାଯିବ । ସ୍ଲରି ଆକାରରେ ଆସୁଥିବା ଆଇରନ ଓର ଫାଇନ୍ସ ବିଶୁଦ୍ଧ ହୋଇ ପେଲେଟ ପ୍ଲାଣ୍ଟରେ ପହଞ୍ଚିବା ପରେ ବଳକା ଜଳକୁ ଆଉ ଏକ ପାଇପଲାଇନ ମାଧ୍ୟମରେ ବେନିଫିସିଏସନ ପ୍ଲାଣ୍ଟକୁ ପଠାଇ ଦିଆଯିବ ଏବଂ ଯାହା ପୁଣି ଥରେ ବ୍ୟବହାର ହେବ । ଏହା ଦ୍ୱାରା ଜଳର ଆବଶ୍ୟକତାକୁ ଏକ ତୃତୀୟାଂଶ କମ୍ କରାଯାଇପାରିବ । ଏହି ପ୍ରକ୍ରିୟା ଭାରତ ବର୍ଷରେ ପ୍ରଥମଥର ପାଇଁ ବ୍ୟବହୃତ ହେବ ।

ଦେଶରେ ଦ୍ରୁତ ଶିଳ୍ପାୟନ ଦ୍ୱାରା ଉପୁଜୁଥିବା ଜଳ, ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । କମ୍ପାନୀ କାରଖାନା କ୍ଷେତ୍ରରେ ୩୩ ପ୍ରତିଶତ ଅର୍ଥାତ ୧୩.୫ ହେକ୍ଟର ଅଞ୍ଚଳରେ ଗଛ ଲଗାଇବ । ତ୍ରିସ୍ତରୀୟ ପାରିପାଶ୍ୱିର୍କ ସବୁଜ ବଳୟ କରିବା ପାଇଁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଛି । ବାୟୁ ପ୍ରଦୂଷଣ ପରିଚାଳନା, ଜଳ ପ୍ରଦୂଷଣ ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କମ୍ପାନୀ ପକ୍ଷରୁ ନୂଆ ଜ୍ଞାନକୌଶଳ ମାଧ୍ୟମରେ ବିସ୍ତୃତ ଯୋଜନା କରାଯାଇଛି ।

Also Read  Odisha Youth Congress organizes ‘Yuva Adhikar Samabesh’ in Odisha capital on Tuesday

ସମ୍ପୃକ୍ତ ଅଞ୍ଚଳରେ ସଂସ୍ଥା ପକ୍ଷରୁ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି । ଜନଶୁଣାଣିର ରାଏ ଓ ସାମାଜିକ ଆବଶ୍ୟକତାକୁ ଆକଳନ କରି ଶିକ୍ଷା, ଧନ୍ଦାମୂଳକ କୁଶଳତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଗୋଷ୍ଠୀ ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ, ପରିବହନ, ପରିବେଶ ସୁରକ୍ଷା ଏବଂ ଗୋଷ୍ଠୀଭିତ୍ତିଭୂମି ସୁଦୃଢ଼ କରିବା କ୍ଷେତ୍ରରେ କମ୍ପାନୀ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେବା ନେଇ ପ୍ରସ୍ତାବ ରଖିଛି ।
ପାରାଦୀପରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଏସାର ମିନମେଟ ଲିମିଟେଡ ପ୍ରାୟ ୩ ହଜାର ୩୪୭ କୋଟି ଟଙ୍କା ବିନିଯୋଗ କରିବ ।

LEAVE A REPLY

Please enter your comment!
Please enter your name here