ଆସିଲା ରୁଚିକାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା

0
381
12 hour odisha bandh call to-give-justice-to-ruchika

ଭୁବନେଶ୍ୱର: ଆସିଲା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ଅଧିକ ତଥ୍ୟ ପାଇଁ ଭିସେରା ନମୂନା ଲ୍ୟାବକୁ ଯାଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରାଯାଇଥିଲା । ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ଆଜି ଆସିଛି ରୁଚିକାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ।ପୋଷ୍ଟମର୍ଟମରେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

Also Read  1773 COVID-19 patients recover in Odisha; Total recoveries stand at 52,276