ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ : ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ପ୍ରଥମରୁ ପଞ୍ଚମ ପିଲା

0
825
୩ରୁ ଖୋଲିବ ପ୍ରାଥମିକ ସ୍କୁଲ
୩ରୁ ଖୋଲିବ ପ୍ରାଥମିକ ସ୍କୁଲ

କଟକ : ଖୋଲିବ ପ୍ରାଥମିକ ସ୍କୁଲ। ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ପୂର୍ବ ଗାଇଡ୍‌ଲାଇନ୍‌ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ତେବେ ଯେଉଁଠି ପ୍ରଥମ ସମେଟିଭ୍‌ ପରୀକ୍ଷା ଚାଲିଛି, ସେହି ସ୍କୁଲ ଗୁଡ଼ିକ ଜାନୁଆରୀ ୧୦ ତାରିଖ ପରେ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିତକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ୨୦୨୨ ଜାନୁଆରୀ ୩ତାରିଖ ଠାରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୨୦୨୨ ଜାନୁଆରି ୫ ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ସମେଟିଭ୍‌-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ଜାନୁଆରୀ ୧୦ ତାରିଖ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ୍‌-ରାସନ୍‌ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସ୍‌ଓପି ବିଭାଗ ଦ୍ଵାରା ସୂଚିତ କରାଯିବ।

Also Read  Protection of computers from ransomware virus; IT Dept issues advisory to all offices in Odisha