ସକାଳ ୮-୧ ଯାଏ ପିଲାଙ୍କୁ କୋଭିଡ ଟିକା : ଅପରାହ୍ନରେ ଅନ୍ୟମାନଙ୍କୁ

0
353
ସକାଳ ୮-୧ ଯାଏ ପିଲାଙ୍କୁ କୋଭିଡ ଟିକା
ସକାଳ ୮-୧ ଯାଏ ପିଲାଙ୍କୁ କୋଭିଡ ଟିକା

ଭୁବନେଶ୍ୱର: ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି,ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ । ଏହା ସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି ସେଠି ପୂର୍ବାହ୍ନ ସମୟ ସକାଳ ୮ଟାରୁ ଦିନ ୧ଟା ସୁଦ୍ଧା ପିଲାଙ୍କୁ କେବଳ ଟିକା ଦିଆଯିବ ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ ।

୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ ଟିକା ନେବାପାଇଁ ଯୋଗ୍ୟ । ଆଧାର ନଥିଲେ ସ୍କୁଲ ଆଇ କାର୍ଡ ଦେଖେଇ ମଧ୍ୟ ପିଲା ଟିକା ପାଇଁ ପଞ୍ଜିକରଣ କରିପାରିବେ । ୩୪ ଲକ୍ଷ ଲୋକ ଏବେ ବି ବାକି ଅଛନ୍ତି ପ୍ରଥମ ଡୋଜ ନେବା ପାଇଁ ୨୯ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି ।

ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ବୁଷ୍ଟର ଡୋଜ ନେବା ପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ ଦରକାର ନାହିଁ କେବଳ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇ ପାରିବେ ।

Also Read  Odisha reports 849 new Covid-19 Cases and 721 recoveries

LEAVE A REPLY

Please enter your comment!
Please enter your name here