ଡେଲଟା ଭାରିଆଣ୍ଟକୁ ପ୍ରତିହତ କରିବ ଓମିକ୍ରମ : ଦକ୍ଷିଣ ଆଫ୍ରିକୀୟ ବୈଜ୍ଞାନିକ

0
418
ଲାବୋରଟୋରୀ
ଲାବୋରଟୋରୀ

ନ୍ୟୁୟର୍କ: ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ପରେ ଆଉ ଡେଲ୍‌ଟା ଭାରିଆଣ୍ଟ ଦ୍ବାରା ସଂକ୍ରମଣ ନ ହୋଇ ପାରନ୍ତି ‌ବୋଲି ଦକ୍ଷିଣ ଆଫ୍ରିକୀୟ ବୈଜ୍ଞାନିକମାନେ କରିଥିବା ନୂତନ ପରୀକ୍ଷାଗାର ଅଧ୍ୟୟନରୁ ଜଣାପଡ଼ିଛି।

ଉପରୋକ୍ତ ଅଧ୍ୟୟନରୁ ସେମାନେ ଜାଣିପାରିଛନ୍ତି ଯେ, ଭବିଷ୍ୟତରେ ଏ ପ୍ରଜାତିର ଭୂତାଣୁ ମାରାତ୍ମକ ନ ହୋଇପାରେ। ସ୍ବଳ୍ପ ସମୟ ପାଇଁ ଓମିକ୍ରନ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇ ସମଗ୍ର ବିଶ୍ବରେ ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଭୀଷଣ ଚାପ ପକାଇବ ବୋଲି ମନେକରାଯାଉଛି।

ନୂତନ ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଓମିକ୍ରନ୍‌ ପ୍ରାଧାନ୍ୟ ବିଶ୍ବରେ ଡେଲ୍‌ଟା ଠାରୁ କମ୍‌ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁ ମାମଲା ଘଟିବ। ଉପରୋକ୍ତ ଅଧ୍ୟୟନର ନେତୃତ୍ବ ନେଇଥିବା ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଥିବା ‘ଆଫ୍ରିକା ହେଲ୍‌ଥ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ଭୂତାଣୁ ବିଶେଷଜ୍ଞ ଆଲେକ୍ସା ସାଇଗଲ୍‌ କହନ୍ତି, ଡେଲାଟାକୁ ହଠାଇବା ବାସ୍ତବରେ ଭଲ କଥା ହୋଇପାରେ। ଏଭଳି ଭୂତାଣୁ ସହ ଖୁବ୍‌ ସହଜରେ ଚଳିହେବ। ପୂର୍ବ ଭୂତାଣୁଙ୍କ ଠାରୁ ଏହା ଆମ ପାଇଁ କମ୍‌ ବାଧାବିଘ୍ନ ସୃଷ୍ଟି କରିବ।

ସମ୍ପ୍ରତି ଇଂଲଣ୍ଡ୍‌ରେ ଓମିକ୍ରନ୍‌ ଯୋଗୁଁ ଘଟୁଥିବା ପରିସ୍ଥିତି ଉପରେ ଉପରୋକ୍ତ ଅଧ୍ୟୟନ ପର୍ଯ୍ୟବେଶିତ ବୋଲି ‘ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଆଣ୍ଡ୍‌ ଟ୍ରପିକାଲ୍‌ ମେଡିସିନ୍‌’ର ଜନସ୍ବାସ୍ଥ୍ୟ ଗବେଷକ କାର୍ଲ ପିୟର୍ସନ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପହଞ୍ଚିବା ମାତ୍ରେ ଓମିକ୍ରନ୍‌ ଦ୍ରୁତ ବେଗରେ ବୃଦ୍ଧି ପାଉଛି ଆଉ ଡେଲ୍‌ଟା ଧାରା ହ୍ରାସ ପାଇ ଚାଲିଛି।

‘ୟେଲେ ସ୍କୁଲ୍‌ ଅଫ୍ ପବ୍ଲିକ୍‌ ହେଲ୍‌ଥ୍‌’ର ଜନସ୍ବାସ୍ଥ୍ୟ ଗବେଷକ ନାଥନ୍‌ ଗ୍ରୁବାଓ କହନ୍ତି, ଓମିକ୍ରନ୍‌ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ବେଳେ ଡେଲ୍‌ଟା ସଂକ୍ରମଣ ହ୍ରାସ ପାଉଛି। ଓମିକ୍ରନ୍‌ ଡେଲ୍‌ଟାକୁ ପରାସ୍ତ କରୁଥିବା ଭଳି ମୋର ମନେହେଉଛି।

Also Read  ନୂଆ ଗାଇଡଲାଇନରେ କ’ଣ ରହିଲା ନୟମ ଏବଂ ଏଥର ହୋଲି ଖେଳ ହେବକି ନାହିଁ ? ପଢ଼ନ୍ତୁ ....