ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ସୂଚନା

0
224
actor-raimohan parida-died-of-asphyxia-due-to-hanging

ଭୁବନେଶ୍ଵର: ଆସିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ଵାସରୁଦ୍ଧ କାରଣରୁ ହୋଇଥିଲା ରାଇମୋହନଙ୍କ ମୃତ୍ୟୁ। ଗଳାରେ ରଶି ଲଗାଇବା କାରଣରୁ ଶ୍ଵାସରୁଦ୍ଧ ହୋଇଛି। ଶ୍ୱାସରୁଦ୍ଧ ହୋଇ ତାଙ୍କର ପ୍ରାଣ ଛାଡ଼ିଯାଇଥିବା ଜଣାପଡ଼ିଛି । ଭିସେରା ଟେଷ୍ଟ ପାଇଁ ଏସଏଫଏସଏଲକୁ ନମୂନା ପଠାଯାଇଛି । ଏନେଇ କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍‌ପିଟାଲ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରଠୁ ରାଇମୋହନ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସ । ଆତ୍ମହତ୍ୟା ପୂର୍ବରୁ ନିଜର ୨ ଝିଅ ଓ ପତ୍ନୀଙ୍କୁ ମୋବାଇଲରେ ‘ବାଏ’ ମେସେଜ ଦେଇଥିଲେ ରାଇମୋହନ । ରାଇମୋହନଙ୍କ ମୃତ୍ୟୁ ଖବର ଓଲିଉଡ ଜଗତ ସମେତ ସମଗ୍ର ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା।

Also Read  Father, Daughter Dies of Snakebite in Boudh

LEAVE A REPLY

Please enter your comment!
Please enter your name here