ଉପରମୁହାଁ କରୋନା ମିଟର; ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

0
50
more 836-new-corona-positive case-in-odisha

ଭୁବନେଶ୍ୱର: ରାଜ୍ୟରେ ୧୦୦ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଦୈନିକ କରୋନା ସଂକ୍ରମଣ।ଗତ ୨୪ ଘଣ୍ଟାରେ ଆଉ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫ ଓ କଟକରୁ ୨୧ ସଂକ୍ରମିତ ରହିଛନ୍ତି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୧୫ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୯ହଜାର ୪୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୭ ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫ ଜଣ, କଟକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ସମ୍ବଲପୁରରୁ ୪ ଜଣ, ଯାଜପୁରରୁ ୨ ଜଣ, ପୁରୀରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି।

Also Read  Apr 17 marked as 'World Hemophilia Day'

LEAVE A REPLY

Please enter your comment!
Please enter your name here