ମାସକରେ ୧୫-୧୮ ବର୍ଷ ପିଲାଙ୍କୁ ଟିକାକରଣ

0
450
ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ
ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ପିଲାମାନଙ୍କୁ କୋଭାକସିନ୍ ଟିକା ଦିଆଯିବ । ୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ। କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ସଠିକ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ପିଲାଙ୍କ ଟିକାକରଣ ଶେଷ ହେବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି

ଜାନୁଆରି ୩ ତାରିଖରୁ ଟିକାକରଣ ହେବ। ଏଥିପାଇଁ ଜାନୁଆରି ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ପିଲାମାନେ କୋଭକ୍ସିନ ଟିକା ନେବେ। ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି। ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି, ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବେ। ଆବଶ୍ୟକସ୍ଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ।

ସଠିକ ସମୟରେ ସମସ୍ତେ ଟିକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ। ଟିକାକରଣ କେନ୍ଦ୍ରରେ ସକାଳ ବେଳା ୧୫-୧୮ ବର୍ଷ ପାଇଁ ଟିକାକରଣ ହେବ। ଅପରାହ୍ଣରେ ଅନ୍ୟମାନଙ୍କ ଟିକାକରଣ ହେବ। ୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକଙ୍କୁ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସେହିପରି ୬୦ ବର୍ଷରୁ ଉର୍ଧ୍ବ ଓ ଦୁରାରୋଗ୍ୟରେ ପୀଡ଼ିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ। ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି। ୬୦ ବର୍ଷରୁ ଉର୍ଧ୍ବ ଓ ଦୁରାରୋଗ୍ୟରେ ପୀଡ଼ିତ ହିତାଧିକାରୀ କେଉଁ ଟିକା ନେବେ ତାହା ସ୍ପଷ୍ଟ ହୋଇନାହିଁ।

Also Read  ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ