ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ, ୨୯୮ କରୋନା ପଜିଟିଭ୍ ଚିହ୍ନଟ

0
551
କମିଲା କରୋନା
କମିଲା କରୋନା

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ସଂକ୍ରମଣ । ପୁଣି ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୮ ଜଣ, ଭଦ୍ରକରୁ ୨ ଜଣ, ବରଗଡ଼ରୁ ୪ ଜଣ, ବଲାଙ୍ଗୀରୁ ୧ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୧ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୯ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୮ ଜଣ, ଖୋର୍ଦ୍ଧାରୁ ୧୧୯ ଜଣ, ମୟୂରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୫ ହଜାର ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୮୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Gauge site construction at Kalma barrage demanded by authorities of Mahanadi basin