ପୌର ନିର୍ବାଚନ ପାଇଁ ପ୍ରସ୍ତୁତି : ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

0
368
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅଧ୍ୟାଦେଶ ଜରିଆରେ ସଂଶୋଧନ ଆଣିଛନ୍ତି। ଆଜି ସୁଦ୍ଧା ୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ଆଜି ସୁଦ୍ଧା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ କୁହାଯାଇଛି।

୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଏବଂ ୧୩ ତାରିଖରେ ଶୁଣାଣି ହୋଇ ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଁ ଏଥିରେ କୁହାଯାଇଛି। ସେହିପରି ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ କରିବାକୁ କୁହାଯାଇଛି। ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ୭ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ୧୬ ତାରିଖ ସୁଦ୍ଧା ଶୁଣାଣି ଶେଷ କରିବାକୁ କୁହାଯାଇଛି।

Also Read  Over 58k rejected Subhadra Yojana applicants to receive financial aid in third phase rollout Today