ଅସହ୍ୟ ତାତିରେ କଲବଲ ରାଜଧାନୀ: ୪୯ ଡିଗ୍ରୀ ତାପମାତ୍ରାରେ ସିଜୁଛି ଦିଲ୍ଲୀ

0
230
temperature-likely-to-increase-by-2-3-degrees-celsius in odisha

ଦିଲ୍ଲୀ: ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ । ପ୍ରଚଣ୍ଡ ଖରା ରାଜଧାନୀ ବାସୀଙ୍କ ଘରୁ ବାହାରିବା ମୁସ୍କିଲ କରିଦେଇଛି । ସୋମବାର ଦିଲ୍ଲୀରେ ୪୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ମଙ୍ଗେସପୁରି ଅଂଚଳରେ ତାପମାତ୍ରାରେ ୪୯ ଦଶମିମ ୨ ପ୍ରତିଶତ ରହିିଥିବା ବେଳେ ନଜାଫଗଡ ଅଂଚଳରେ ୪୯ ଦଶମିକ ୧ ପ୍ରତିଶତ ରେକର୍ଡ ହୋଇଛି ।

ପ୍ରବଳ ଗୀଷ୍ମପ୍ରବାହକୁ ନଜରରେ ରଖି ସହରବାସିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହରିଆଣାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ସୋମାବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୮ ଦଶମିକ ୧ ପ୍ରତିଶତ ରହିଛି । ପଂଜାବର ମୁଖତସର ଜିଲ୍ଲାର ମଧ୍ୟ ୪୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ତେବେ ବଢୁଥିବା ତାପମାତ୍ରା ସହର ବାସିଙ୍କ ଚିନ୍ତା ବଢାଇଛି ।

Also Read  କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା: ପ୍ରେମିକକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

LEAVE A REPLY

Please enter your comment!
Please enter your name here